23.1 C
Bhubaneswar
Tuesday, February 17, 2026
Homeଦେଶ ବିଦେଶଜାନୁଆରୀରେ ପାଇକାରୀ ମୁଦ୍ରାସ୍ଫୀତି ୧.୮୧%କୁ ବୃଦ୍ଧି

ଜାନୁଆରୀରେ ପାଇକାରୀ ମୁଦ୍ରାସ୍ଫୀତି ୧.୮୧%କୁ ବୃଦ୍ଧି

ନୂଆଦିଲ୍ଲୀ: ମୁଖ୍ୟତଃ ପନିପରିବା ମୂଲ୍ୟରେ ତୀବ୍ର ବୃଦ୍ଧି, ମୌଳିକ ଧାତୁ, ଅନ୍ୟାନ୍ୟ ଉତ୍ପାଦିତ ସାମଗ୍ରୀ, ଅଣ-ଖାଦ୍ୟ ଏବଂ ଖାଦ୍ୟ ସାମଗ୍ରୀ ଏବଂ ବୟନଶିଳ୍ପର ମୂଲ୍ୟ ବୃଦ୍ଧି ଯୋଗୁଁ ଜାନୁଆରୀ ୨୦୨୬ରେ ଭାରତର ଡବ୍ଲ୍ୟୁପିଆଇ ବା ହୋଲସେଲ୍ ଦରଦାମ୍ ହାର (ପାଇକରୀ) ୧.୮୧%କୁ ବୃଦ୍ଧି ପାଇଛି। ଗତ ଡିସେମ୍ବର ମାସ ଶେଷ ସୁଦ୍ଧା ଏହା ୦.୮୩% ରହିଥିଲା। ଜାନୁଆରୀ ୨୦୨୫ୋର ଏହା ୨.୫୧% ଥିଲା। ତେବେ ଏହି ୧.୮୧% ହାର ଗତ ୧୦ ମାସରେ ସର୍ବୋଚ୍ଚ ସ୍ତର। ଏହି ସମୟରେ କୋର୍ ଡବ୍ଲ୍ୟୁପିଆଇ ଦରଦାମ୍ ୩.୨% କୁ ବୃଦ୍ଧି ପାଇଛି, ଯାହା ବିଭିନ୍ନ ଶିଳ୍ପରେ କଞ୍ଚାମାଲ ଖର୍ଚ୍ଚ ବଢ଼ୁଥିବା ସଙ୍କେତ ଦେଉଛି। ଯଦିଓ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି, କିନ୍ତୁ ଇନ୍ଧନ ଏବଂ ଶକ୍ତି କ୍ଷେତ୍ରରେ କିଛିଟା ଆଶ୍ୱସ୍ତି ମିଳିଛି। ଏହି ବର୍ଗରେ ମୁଦ୍ରାସ୍ଫୀତି ହାର -୪.୦୧% ରହିଛି, ଯାହା ଡିସେମ୍ବର ମାସର -୨.୩୧% ତୁଳନାରେ ଅଧିକ ହ୍ରାସ ପାଇଛି। ସରକାରଙ୍କ ଦ୍ୱାରା ଜାରି ତଥ୍ୟ ଅନୁସାରେ, ନଭେମ୍ବର ମାସର ଡବ୍ଲ୍ୟୁପିଆଇ ତଥ୍ୟକୁ ସଂଶୋଧନ କରାଯାଇଛି। ପୂର୍ବରୁ ଏହା ଯେତିକି ଅନୁମାନ କରାଯାଉଥିଲା, ବାସ୍ତବରେ ଦରଦାମ ବୃଦ୍ଧିର ଚାପ ତା’ଠାରୁ ଅଧିକ ରହିଛି। ଖାଦ୍ୟ ପଦାର୍ଥର ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ଚାପ ପକାଇଛି। ଅର୍ଥନୀତିଜ୍ଞମାନେ ପନିପରିବା ମୂଲ୍ୟ ବୃଦ୍ଧି ପାଇଁ ଯୋଗାଣ ଅଭାବ ଏବଂ ଅନୁକୂଳ ମୂଳ ପ୍ରଭାବକୁ ଦାୟୀ କରନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking