26.1 C
Bhubaneswar
Monday, February 16, 2026
Homeଦେଶ ବିଦେଶନୃତ୍ୟଶିଳ୍ପୀଙ୍କୁ ଗଣଦୁଷ୍କର୍ମ: ୩ ଗିରଫ

ନୃତ୍ୟଶିଳ୍ପୀଙ୍କୁ ଗଣଦୁଷ୍କର୍ମ: ୩ ଗିରଫ

ନୂଆଦିଲ୍ଲୀ: ବିହାରର ଭୋଜୁପୁର ଜିଲ୍ଲାରେ ଜଣେ ନୃତ୍ୟଶିଳ୍ପୀଙ୍କୁ ଗଣ ବଳାତ୍କାର ଅଭିଯୋଗ । ପୀଡୀତା ଜଣଙ୍କ ଉତ୍ତରପ୍ରଦେଶର ବାସିନ୍ଦା । ସେ କର୍ଣ୍ଣମପୁର ଥାନା ଅଞ୍ଚଳରେ ଏକ ଭଡା ଘରେ ରୁହନ୍ତି । ଶନିବାର ସନ୍ଧ୍ୟାରେ ସେ କର୍ଣ୍ଣେମପୁର ଥାନା ଅଞ୍ଚଳରେ ଆୟୋଜିତ ଏକ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ । ତାପରେ ତାଙ୍କୁ ତିନି ଜଣ ଦୁର୍ବୃତ୍ତ ଅନ୍ୟ ଏକ ସ୍ଥାନକୁ ନେଇ ବଳାତ୍କାର କରିଥିଲେ । ଏନେଇ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପରେ ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅର୍କେଷ୍ଟ୍ରା ଅପରେଟର ସମେତ ତିନି ଅଭିଯୁକ୍ତକୁ ଗିରଫ କରିଛି । ଉକ୍ତ ମାମଲାର ତଦନ୍ତ କରୁଥିବା ପୋଲିସ ନୃତ୍ୟ ଶିଳ୍ପୀଙ୍କ ଡାକ୍ତରୀ ପରୀକ୍ଷା କରୁଛି । କୋର୍ଟରେ ତାଙ୍କ ବୟାନ ରେକର୍ଡ କରାଯାଉଛିି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking