22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶବଧୂ ହତ୍ୟା ମାମଲାରେ ଦଣ୍ଡାଦେଶ; ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କୁ ଆଜୀବନ ଜେଲ୍‌

ବଧୂ ହତ୍ୟା ମାମଲାରେ ଦଣ୍ଡାଦେଶ; ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କୁ ଆଜୀବନ ଜେଲ୍‌

ସୋର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବାଳଙ୍ଗ ପଞ୍ଚାୟତ ଅନ୍ତର୍ଗତ ସିମୁଳିଆ ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ମାମଲାରେ ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୨ ମସିହାରୁ ଚାଲିଥିବା ଏହି ମାମଲାର ଆଜି ପୂର୍ଣଚ୍ଛେଦ ପକାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମୀନାକ୍ଷି ଦାଶ। ଗତ ୨୦୧୦ ମସିହାରେ ସୋର ଥାନା ଉଲ୍ଲାସଖଡ୍ଗପୁର ଗ୍ରାମର ଗଙ୍ଗାଧର ବାରିକଙ୍କ ବଡ଼ଝିଅ ସ୍ୱପ୍ନା ବାରିକଙ୍କର ବାଳଙ୍ଗ ପଞ୍ଚାୟତ ସିମୁଳିଆ ଗ୍ରାମର ସନ୍ତୋଷ ବାରିକଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ପରେ ଅଧିକ ଯୌତୁକ ଦାବି କରି ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ବିଭିନ୍ନ ସମୟରେ ସ୍ୱପ୍ନାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। କିନ୍ତୁ ୨୦୧୨ ମସିହା ଜୁନ ୨୫ ତାରିଖରେ ସ୍ୱପ୍ନା ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ଶ୍ୱଶୁର ବିନୋଦ ବାରିକ, ଶାଶୁ ସଂଜୁମଣୀ ବାରିକ ଏବଂ ସ୍ୱାମୀ ସନ୍ତୋଷ ସ୍ୱପ୍ନାଙ୍କୁ ବିଷ ପିଆଇ ମାରିଦେଇଥିବା ନେଇ ତାଙ୍କ ବାପା ଗଙ୍ଗାଧର ସୋର ଥାନାରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେବା ପରେ ଏହି ମାମଲାକୁ ସରକାରୀ ଓକିଲ ପ୍ରହଲ୍ଲାଦ ପତି, କାହ୍ନୁଚରଣ ବେହେରା ଓ ରଞ୍ଜନ କୁମାର ସିଂ ଲଢ଼ିଥିଲେ। ଏହି ମାମଲାର ଶୁଣାଣି ସୋର କୋର୍ଟରେ ଚାଲିଥିବା ବେଳେ ଆଜି ଅପରାହ୍ଣରେ ସୋର ଅତିରିକ୍ତ ଜିଲ୍ଲା ଜଜ ମିନାକ୍ଷୀ ଦାଶ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ସ୍ୱପ୍ନାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking