ପୁରୀ: ପୁରୀରେ ବଡ ଅଘଟଣ । ଲଜକୁ ବୋମାମାଡ ହୋଇଥିବା ସୂଚନା । ବୋମାମାଡରେ ଲଜର ଝରକା କାଚ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଭିତରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଏଭଳି ଅଘଟଣ ବଳିଆ ପଣ୍ଡା ଥାନା ଅଞ୍ଚଳରେ ଥିବା ଏକ ଲଜ ଉପରକୁ ବୋମାମାଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ଅଛନ୍ତି । ବୋମା ମାଡରେ ଲଜର କବାଟ ଝରକା ଗୁଣ୍ଡ ହୋଇଯାଇଛି । ତେବେ ସ୍ଥାନୀୟ ଲୋକେ ପୋଲିସ ଘଟଣା ବାବଗରେ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ବୋମା ମାଡ କିଏ ଓ କାହିଁକି କରିଛି ତାହାର କାରଣ ଏଯାଏ ଅସ୍ପଷ୍ଟ ରହିଛି ।










