ଗଜପତି: ନଦୀକୁ ଡେଇଁ ଛାତ୍ରୀଙ୍କ ହତ୍ୟା ଉଦ୍ୟମ। ସ୍କୁଲରୁ ଫେରିବା ବେଳେ ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଅଘଟଣ ଘଟିଛି। ଛାତ୍ରୀଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଅଷ୍ଟମ ଶ୍ରେଣୀରେ ଛାତ୍ରୀ ପାରଳାଖେମୁଣ୍ଡି ଲକ୍ଷ୍ମୀ ନଗର ନିବାସୀ ବୋଲି ଚିହ୍ନଟ କରାଯାଇଛି। ମହେନ୍ଦ୍ରତନୟା ବ୍ରିଜ୍ ଉପରେ ସାଇକେଲ ରଖି ଡେଇଁପଡିଥିଲା ଛାତ୍ରୀ। ନଦୀକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲା ଛାତ୍ରୀ ଜଣକ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଦୀପାଣି ଭିତରୁ ଉଦ୍ଧାର କଲା ପୋଲିସ। ତାଙ୍କୁ ଉଦ୍ଧାର କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲା। ସେଠାରେ ଛାତ୍ରୀଙ୍କ ଚିକିତ୍ସା ଚାଲିଛି। ତେବେ କେଉଁ କାରଣରୁ ଏଭଳି ଚରମ ନିଷ୍ପତି ନେଇଛନ୍ତି ଛାତ୍ରୀ ଜଣକ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।










