23.1 C
Bhubaneswar
Monday, February 9, 2026
Homeଓଡିଶାକମେଣ୍ଟ ମରା ଏବଂ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ

କମେଣ୍ଟ ମରା ଏବଂ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ

ବାଲେଶ୍ବର: କମେଣ୍ଟ ମରା ଏବଂ ପୂର୍ବ ଶତ୍ରୁତାକୁ ନେଇ ତୁମୁଳକାଣ୍ଡ । ଗାଁରେ ଗୋଷ୍ଠୀ ସଂଘର୍ଷ । ପରସ୍ପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣରେ ୪ ଗୁରୁତର । ବାଲେଶ୍ବର ବାଲିଆପାଳ ଥାନା କୁହ୍ଲାଚଢ଼ ଗାଁରେ ଅଭାବନନୀ ଘଟଣା । ସୂଚନା ଅନୁସାରେ ଗାଁର ଫଜଲୁ ଖାନ୍ ଏବଂ ଶେଖ୍ ଲାଲୁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା। ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ଦୁଇ ପରିବାର ମଧ୍ୟରେ ପ୍ରଥମେ କଥା କଟାକଟି ଆରମ୍ଭ ହୋଇଥିଲା । ପରେ ତାହା ଗଣ୍ଡଗୋଳ ଓ ମାରପିଟ୍ ର ରୂପ ନେଇଥିଲା । ଦୁଇ ପରିବାର ସଦସ୍ୟ ପରସ୍ପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ୪ଜଣ ଗୁରୁରତ ଆହତ ହୋଇ ପ୍ରଥମେ ବାଲିପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking