25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶକଂଗ୍ରେସକୁ ମୋଦୀଙ୍କ ନିଶାନା

କଂଗ୍ରେସକୁ ମୋଦୀଙ୍କ ନିଶାନା

ନୂଆଦିଲ୍ଲୀ: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ । ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଛନ୍ତି । ଏହାରି ଭିତରେ ବିରୋଧୀ ନାରାବାଜି କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ବିରୋଧୀଙ୍କ ନାରାବାଜି ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି ଯେ, ବିକଶିତ ଭାରତ ନେଇ କାମ କରୁଛୁ । କୌଣସି ପରିସ୍ଥିତିରେ ପଛକୁ ଫେରିବୁ ନାହିଁ କହିଲେ ପ୍ରଧାନମନ୍ତ୍ରୀ । ଆମର ପ୍ରତିଭା ଭରପୁର ହୋଇ ରହିଛି । ସଂକଳ୍ପ ରହିଛି, ସାମର୍ଥ୍ୟ ରହିଛି । ଦୃତ ଅଭିବୃଦ୍ଧି, ମୁଦ୍ରାସ୍ଫୀତି କମ ଆମ ବିକାଶର ବାର୍ତ୍ତା । ଅଭିଭାଷଣରେ ବିରୋଧୀଙ୍କୁ ନିଶାନା କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ, ସ୍ୱାଧୀନ ହେବା ବେଳେ ଆମେ ଷଷ୍ଠ ଅର୍ଛନୀତି ସମୃଦ୍ଧ ରାଷ୍ଟ୍ର ଥିଲୁ । ସେମାନେ ଆମକୁ ୧୧ତମ ସ୍ଥାନକୁ ଖସାଇ ଦେଲେ । ଆମ ଦେଶ ବିଶ୍ୱର ତୃତୀୟ ଅର୍ଥନୀତି ସମୃଦ୍ଧି ରାଷ୍ଟ୍ର ହେବାକୁ ଯାଉଛି । କୋଭିଡରେ ବିଶ୍ୱକୁ ଟୀକା ଦେଇ ବିଶ୍ୱ ମିତ୍ର ହୋଇ ପାରିଛୁ । ଆମ ଦେଶର ୯ଟି ବଡ ଦେଶ ସହ ଟ୍ରେଡ ଡିଲ ରହିଛି । ନିକଟରେ ଗୋଟିଏ ଚୁକ୍ତି ବଳରେ ୨୭ଟି ୟୁରୋପୀୟ ଦେଶ ସହ ବନ୍ଧୁତା ରହିଛି । ଲାଲକିଲ୍ଲାରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ କଥା ଉଠାଇଲେ । ଏହି ଅଭିଭାଷଣରେ ନା କୌଣସି ଭିଜନ ଥିଲା, ନା ଇଚ୍ଛା ଶକ୍ତି । କିନ୍ତୁ ଆଜି ଭାରତ ସହ ଟ୍ରେଡ ଡିଲ ପାଇଁ ସାରା ବିଶ୍ୱ ଆଗ୍ରହୀ । ନିକଟରେ ୟୁରୋପୀୟ ସଂଘ ସହ ଟ୍ରେଡ ଡିଲ ହୋଇଥିଲା । ଆଉ ଏବେ ଆମେରିକା ସହ ଟ୍ରେଡ ଡିଲ ବିଶ୍ୱର ବିଶ୍ୱାସ ବଢାଇଛି । ଏହି ଟ୍ରେଡ ଡିଲରୁ ବିଶେଷକରି ଯୁବ ବର୍ଗ ବେଶୀ ଫାଇଦା ପାଇବେ । ବୋଫର୍ସ ପ୍ରସଙ୍ଗ ମଧ୍ୟ ଉଟାଇ କଂଗ୍ରେସକୁ ନିସାନା କରିଛନ୍ତି ମୋଦୀ । କାଳେ ଏହି ପ୍ରସହ୍‌ଗ ଉଠିବ ସେଥିପାଇଁ କଂଗ୍ରେସ ସଦସ୍ୟ ପଳାଇଲେ । କଂଗ୍ରେସର ପରିଚାଳନା ତ୍ରୁଟି ପାଇଁ ଆଜି ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking