21.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶକୋଇଲା ଖଣିରେ ବିସ୍ଫୋରଣ: ୧୦ ଶ୍ରମିକ ମୃତ

କୋଇଲା ଖଣିରେ ବିସ୍ଫୋରଣ: ୧୦ ଶ୍ରମିକ ମୃତ

ଶିଲଂ: ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରୁ ଏକ ବଡ଼ ଅଘଟଣର ଖବର ଆସିଚି। ଏକ କୋଇଲା ଖଣି ବିସ୍ଫୋରଣରେ ଦଶ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଦିନ ମେଘାଳୟର ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲାର ମାଇନସିଙ୍ଘାଟ-ଥାଙ୍ଗସ୍କୋ ଅଞ୍ଚଳରେ ଏକ ବେଆଇନ କୋଇଲା ଖଣିରେ ଡାଇନାମାଇଟ୍ ବିସ୍ଫୋରଣ କାରଣରୁ ଏହି ଅଘଟଣ ଘଟିଛି। ଏହି ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ସେପଟେ ଆହତମାନଙ୍କର ଚିକିତ୍ସା ପାଇଁ ଶିଲଂକୁ ପଠାଯାଇଛି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏସଡିଆରଏଫ୍) ଓ ଅଗ୍ନିଶମ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ପରେ ବେଆଇନ ଖଣି ଖନନ ହେଉଥିବା ପାହାଡ଼ ଆଂଶିକ ଭାବରେ ଭୁଶୁଡ଼ି ପଡ଼ିଥିଲା। ତେଣୁ ଏହି ପାହାଡ଼ ତଳେ ଏବେ ବି କିଛି ଶ୍ରମିକ ଫସି ରହିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଶାସନ ଘଟଣା ଉପରେ ନଜର ରଖିଛି। ସୂଚନାଯୋଗ୍ୟ ୨୦୨୫ ଡିସେମ୍ବର ୨୩ରେ ଥାଙ୍ଗସ୍କୋ ଅଞ୍ଚଳରେ ସମାନ ଢଙ୍ଗରେ ଡାଇନାମାଇଟ୍ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଦୁଇଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking