ଯାଜପୁର: ଯାଜପୁର ରୋଡ ସହର ରେ ଚୋରି ଡକାୟତି ଲୁଟ କରିବା ନିଦ୍ଧିଷ୍ଟ ସମ୍ପ୍ରଦାୟ ବ୍ୟକ୍ତି ସାପଗାଡ଼ିଆ ଓ ମୁଣ୍ଡ ମାଳ ଅଂଚଳ ରେ ଅନ୍ୟ ରାଜ୍ୟ ର ଲୋକ ମାନେ ଜଙ୍ଗଲ ଜମି ରେ ବାସ କରି ଚୋରି ଡକାୟତ ପ୍ରଭୁତି କାର୍ଯ୍ୟ କରିବା ଦ୍ୱାରା ସହର ବାସି ରାତ୍ରି ଶୋଇ ପାରୁ ନାହାନ୍ତି ପୋଲିସ ର ମୁଣ୍ଡ ବ୍ୟଥା ର କାରଣ ସାଜିଛି l ପୋଲିସ ସେମାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଗତି ଵିଧି ନିରକ୍ଷଣ କରି ଧରିବା କୁ ସକ୍ଷମ ହେଉଛିଏଵେ ଯାଜପୁର ରୋଡ ପୋଲିସ କୁ ଏକ ବଡ଼ ସଫଳତା ମିଳିଛି lବ୍ୟାସନଗର ସହରରେ ଏକ ବଡ ଧରଣର ଡକାୟତି ଉଦ୍ୟମକୁ ଯାଜପୁରରୋଡ଼ ପୁଲିସ ପଣ୍ଡ କରିଛି। ମଙ୍ଗଳବାର ସନ୍ଧ୍ୟାରେ ସୋବରା ଅଞ୍ଚଳରେ ଥିବା ଏକ ପଡିଆରେ କିଛି ଯୁବକ ଏକାଠି ହୋଇ ଡକାୟତି କରିବା ପାଇଁ ଯୋଜନା କରୁଥଲେ। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ୪ ଜଣଙ୍କୁ କାବୁ କରି ଗିରଫ କରିଥିଲେ। ସେମାନଙ୍କ ନିକଟରୁ ୭.୬ ଏମ ଏମ ର ୬ଟି ଜୀବନ୍ତ ଗୁଳି, ୩ଟି ମୋଟର ସାଇକେଲ, ୩ଟି ମୋବାଇଲ, ଗୋଟେଏ ଖଣ୍ଡା, ଗୋଟିଏ ଛୁରୀ, ଗୋଟିଏ କଟର ଯନ୍ତ୍ର, ନଗଦ ୧୨ଶହ ୭୬ ଟଙ୍କା ଜବତ କରିଛି। ସେମାନଙ୍କୁ ପଚରା ଉଚରା ସମୟରେ ସେମାନେ ସ୍ଥାନୀୟ ଅଞ୍ଚଳରେ ଡକାୟତି କରିବାକୁ ଉଦ୍ୟମ କରୁଥିଲେ ବୋଲି ସ୍ୱୀକାର କରିଛନ୍ତି। ଗିରଫ ୪ ଜଣ ହେଲେ କୋରେଇ ଥାନା ପୂର୍ବକୋଟ ଗ୍ରାମର ମାଇକେଲ ଗଣପତି( ୨୪), ସେହି ଗ୍ରାମର ଅର୍ଜୁନ ଦାସ (୨୯), ଏମ. ଅଜୟ (୨୫),କାଳି ଦାସ (୨୬) ବୋଲି ଜଣା ପଡିଛି। ଏନେଇ ପୁଲିସ କେସ ନମ୍ବର ୮୬/୨୬ ରେ ଏକ ମାମଲା ରୁଜୁ କରି ଗିରଫ ୪ ଜଣଙ୍କୁ ଯାଜପୁର ରୋଡ ଚାଲାଣ କରିଥିବା ଥାନାଧିକାରୀ ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି |










