21.1 C
Bhubaneswar
Thursday, February 5, 2026
Homeଓଡିଶାବାଇକ୍‌କୁ ପିଟିଲା କାର୍: ବାଇକ୍‌ ଆରୋହୀ ମୃତ

ବାଇକ୍‌କୁ ପିଟିଲା କାର୍: ବାଇକ୍‌ ଆରୋହୀ ମୃତ

ଭୁବନେଶ୍ବର: ଭୁବନେଶ୍ୱର-ପୁରୀ ବାଇପାସ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସି ବାଇକ୍‌କୁ ପିଟିଲା କାର୍। ଦୁର୍ଘଟଣାସ୍ଥଳରେ ବାଇକ୍‌ ଆରୋହୀ ମୃତ, ଅନ୍ୟ ଜଣେ ଗୁରୁତର। ମୃତକ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଚନ୍ଦ୍ରଶେଖର ମହାରଣା ବୋଲି ସୂଚନା ମିଳିଛି।ସୂଚନା ଅନୁଯାୟୀ, କାରଟି ବାଇକକୁ ଧକା ଦେବା ଫଳରେ ବାଇକ୍‌ରେ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ଚନ୍ଦ୍ରଶେଖର ମହାରଣାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲ। ତାଙ୍କ ସାଙ୍ଗ ଆଶିଷ ସାହୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଧଉଳି ଥାନା ପୁଲିସ ପହଞ୍ଚିଥିଲା। ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ଘଟାଇ ଥିବା କାରକୁ ଧଉଳି ଥାନା ପୁଲିସ ଜବତ କରିଛି। ଦୁର୍ଘଟଣା ପରେ ଯୁବକଯୁବତୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking