25.1 C
Bhubaneswar
Thursday, February 5, 2026
Homeଓଡିଶା୮୪୦ ବୋତଲ କଫ ସିରପ ଜବତ: ଜଣେ ଗିରଫ

୮୪୦ ବୋତଲ କଫ ସିରପ ଜବତ: ଜଣେ ଗିରଫ

ଭଦ୍ରକ: ଭଦ୍ରକ ଜିଲା ବାସୁଦେବପୁର ବଜାରର ହାଇସ୍କୁଲ ଛକରେ ଥିବା ଦୂର୍ଗା ମେଡିସିନ ଦୋକାନରେ ବେଆଇନି ଭାବରେ ବିକ୍ରି ହେଉଥିବା ୭ପେଟି ( ୮୪୦ ଟି ବୋତଲ) କଫସିରପ ଜବତ କରିଛି କରିବା ସହ ଜଣକୁ ଗିରଫ କରିଛି ବାସୁଦେବପୁର ଅବକାରୀ ବିଭାଗ । ସୂଚନା ଅନୂଯାୟୀ ଏହି କଫସିରପ ମେଡିସିନ ଷ୍ଟୋରରେ ଦୀର୍ଘ ଦିନ ଧରି କଫସିରପ ବିକ୍ରି ହେଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ଜିଲା ଡ୍ରଗ୍ସ ଇନ୍ସପେକ୍ଟର,ବାସୁଦେବପୁର ପୁଲିସ ଏବଂ ବାସୁଦେବପୁର ଅବକାରୀ ବିଭାଗ ମିଳିତ ଭାବରେ ଦୂର୍ଗା ମେଡିସନ ଷ୍ଟୋରରେ ଚଢାଉ ସମୟରେ ବେଆଇନ ଭାବରେ ୭ ପେଟି କଫସିରପ ଦେଖିବାକୁ ପାଇବା ସହ ଜବତ ପାଇଥିଲେ ।୭ପେଟିରେ ୮୪୦ ଟି କଫସିରପ ବୋତଲ ଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ଦେଢ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି କହିଛି ଅବକାରୀ ବିଭାଗ । ଏହି ଘଟଣାରେ ଦୋକାନର ଏକ କର୍ମଚାରୀକୁ ଗିରଫ କରିଛି ଅବକାରୀ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking