ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଠକେଇ ଏବଂ ଆର୍ଥିକ ଅନିୟମିତତା ଅବିଯୋଗ ପରେ ଆଲ ଫଲାହ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଜୱାଦ ଅହମ୍ମଦ ସିଦ୍ଦିକୀଙ୍କୁ ହେପାଜତକୁ ନିଆଯାଇଛି । ଗିରଫ ହେବା ପରେ ସିକିଦ୍ଦୀଙ୍କୁ ଦିଲ୍ଲୀର ଏକ କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ପଚରା ଉଚରା ପାଇଁ ଚାରି ଦିନ ପୋଲିସ ରିମାଣ୍ଡରେ ନେଇଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଦାଖଲ କରାଯାଇଥିବା ଆନୁଷ୍ଠନିକ ଅଭିଯୋଗ ଆଧାରରେ ଏହି କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଥିଲା । ପୋଲିସ ଅଧିକାରୀ ମାନେ କହିଛନ୍ତି ଯେ, ୟୁଜିସିର ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ସିକିଦ୍ଦୀଙ୍କ ବିରୋଧରେ ଦୁଇଟି ପୃଥକ ଏଫଆଇଆର ପଞ୍ଜିକୃତ ହୋଇଛି । ଏହି ଘଟଣା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ମନଧ୍ୟ ପ୍ରତିଷ୍ଠାନ ଚାରିପାଖରେ ଯାଞ୍ଚକୁ ତୀବ୍ର କରିଥିଲା । ସୂଚନାଥାଉକି, ପୂର୍ବରୁ ଲାଲକିଲ୍ଲା ବିସ୍ଫୋରଣରେ ୧୩ ଜଣଙ୍କ ଜୀବନ ଯାଇଥିଲା । ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ଡକ୍ଟର ଉମର ନବି ଏହି ସଂସ୍ଥାରେ ନିଯୁକ୍ତି ପାଇଥିବା ଜଣାପଡିବା ପରେ ଅଲ ଫଲାହ ବିଶ୍ୱ ବିଦ୍ୟାଳୟ ପୂର୍ବରୁ ଜାତୀୟ ସ୍ତରରେ ଯାଞ୍ଚର ସମ୍ମୁଖୀନ ହୋଇଥିଲା । ତାଙ୍କର ଦୁଇ ସହେଯୋଗୀ ଏହି ନେଟୱାରକ୍ ସହିତ ଜଡିତ ସେମାନେ ମଧ୍ୟ ଉକ୍ତ ବିଶ୍ୱବଦ୍ୟାଳୟରେ କାମ କରୁଥିବା ଜଣାପଡିଛି ।










