21.1 C
Bhubaneswar
Monday, February 2, 2026
Homeଓଡିଶାବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ସନ୍ଥ ଶିରୋମଣି ଗୁରୁ ରବି ଦାସଜୀଙ୍କ ୬୪୯ତମ ଜୟନ୍ତୀ

ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ତରଫରୁ ସନ୍ଥ ଶିରୋମଣି ଗୁରୁ ରବି ଦାସଜୀଙ୍କ ୬୪୯ତମ ଜୟନ୍ତୀ

ଭୁବନେଶ୍ୱର: ସନ୍ଥ ଶିରୋମଣି ଗୁରୁ ରବି ଦାସଙ୍କ ୬୪୯ତମ ଜୟନ୍ତୀ ଜୟଦେବ ନିର୍ବାଚନ ମଣ୍ଡଳୀ ପମ୍ପାଲୋ ସେବା ବସ୍ତି ଠାରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବାଇଧର ମଲ୍ଲିକ ଯୋଗ ଦେଇ କହିଛନ୍ତି ଯେ, ସନ୍ଥ ରବି ଦାସ ଜୀ କହୁଥିଲେ ‘ମନ୍ ଚଙ୍ଗା ତୋ କଠୌତି ମେଁ ଗଙ୍ଗା’ । ଆଜି ଭାଜପା ନେତୃତ୍ୱାଧୀନ ସନ୍ଥ ରବି ଦାସ ଜୀଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ‘ସବ୍‌କା ସାଥ୍ ସବ୍‌କା ବିକାଶ ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ’ ମନ୍ତ୍ରକୁ ଆଗେଇ ନେଇଛି । ୮୦ କୋଟି ଲୋକଙ୍କୁ ମାଗଣା ରାସନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନଳ ଓ ଜଳ ଯୋଜନା ଏସବୁ ମାଧ୍ୟମରେ ସନ୍ଥ ରବି ଦାସ ଜୀଙ୍କ ‘ବେଗମପୁରା’ ସ୍ୱପ୍ନକୁ ସାକାର କରାଯାଇଛି । ସପ୍ତାହବ୍ୟାପୀ ସମସ୍ତ ନିର୍ବାଚନ ମଣ୍ଡଳୀରେ ପାଳନ ହେବ ସନ୍ଥ ଶିରୋମଣି ଗୁରୁ ରବି ଦାସଙ୍କ ଜୟନ୍ତୀ । ଏହି ଅବସରରେ ଅନୁସୂଚୀତ ଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ମଲ୍ଲିକ, ବରିଷ୍ଠ ନେତା ଶିବ ମଲ୍ଲିକ, ପବିତ୍ର ଭୋଇଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking