21.1 C
Bhubaneswar
Monday, February 2, 2026
Homeଓଡିଶାବ୍ରହ୍ମପୁର ସିରିଜ୍ ଦୁର୍ଘଟଣା: ରଦ୍ଦ ହେବ ଟ୍ରକ୍ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ

ବ୍ରହ୍ମପୁର ସିରିଜ୍ ଦୁର୍ଘଟଣା: ରଦ୍ଦ ହେବ ଟ୍ରକ୍ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ

ବ୍ରହ୍ଣପୁର: ବ୍ରହ୍ମପୁରର ସିରିଜ୍ ଦୁର୍ଘଟଣାରେ ୫ ଜଣ ମୃତ୍ୟୁବରଣ କରିଥିବା ଘଟଣା । ଟ୍ରକ୍ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ହେବ ରଦ୍ଦ । ଚାଳକଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସୂଚନାଯୋଗ୍ୟ, ଜାନୁଆରୀ ୩୧ ତାରିଖ ଦିନ ବ୍ରହ୍ମପୁରର ଗୋସାଇଁ ନୂଆଗାଁ ଓଭରବ୍ରିଜ୍‌ରେ ଏକାଧିକ ଗାଡିକୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ । ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମୃତକଙ୍କ ପରିବାରକୁ ସିଏମଆରଏଫରୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking