ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ଭୂମିକମ୍ପ ଝଟକା ଅନୁଭୂତ । ଭୂମିକମ୍ପର ତୀବ୍ରତା ୪.୬ ମାପ କରାଯାଇଥିଲା । ସୋମବାର ସକାଳେ ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ୪.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଯାହା ଲୋକଙ୍କୁ ଆତଙ୍କିତ କରି ଦେଇଥିଲା । ବଡ କଥା ହେଉଛି ଏହି ଭୂକମ୍ପରେ କ୍ଷୟକ୍ଷତି ରିପୋର୍ଟ ନାହିଁ । ଅଧିକାରୀମାନେ କହିଛନ୍ତି ଭୂମିକମ୍ପର କେନ୍ଦ୍ରସ୍ଥଳ ପଟ୍ଟନ ଅଞ୍ଚଳ ଥିଲା ଏବଂ ଏହା ସକାଳ ୫:୩୫ ରେ ଘଟିଥିଲା। ୨୦୦୫ ମସିହାରେ ହୋଇଥିବା ଭୂମିକମ୍ପରେ ୮୦,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ପିଓକେର ମୁଜାଫରାବାଦ ସହର ସମ୍ପୂର୍ଣ୍ଣ ଧ୍ୱଂସପ୍ରାପ୍ତ ହୋଇଥିଲା। ୨୦୦୫ ମସିହାରେ ଅଧିକୃତ କାଶ୍ମୀରରେ ହୋଇଥିବା ଭୂମିକମ୍ପରେ ପ୍ରାୟ ୩୫୦,୦୦୦ ଲୋକ ବାସହୀନ ହୋଇଯାଇଥିଲେ, ଯେତେବେଳେ ୧୩୮,୦୦୦ ଲୋକ ଆହତ ହୋଇଥିଲେ। ୨୦୦୫ ପୂର୍ବରୁ, ମେ ୩୦, ୧୮୮୫ରେ ଘାଟିରେ ଆଉ ଏକ ବଡ଼ ଭୂମିକମ୍ପ ହୋଇଥିଲା। ଏହାକୁ ବାରାମୁଲ୍ଲା ଭୂମିକମ୍ପ ଭାବରେ ଜଣାଶୁଣା ଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରେକର୍ଡ କରାଯାଇଥିଲା।










