29.1 C
Bhubaneswar
Monday, February 2, 2026
Homeଓଡିଶାଚୌଦ୍ୱାରା କଏଦୀ ଆତ୍ମହତ୍ୟା କରିଛନ୍ତି: ଡିସିପି

ଚୌଦ୍ୱାରା କଏଦୀ ଆତ୍ମହତ୍ୟା କରିଛନ୍ତି: ଡିସିପି

କଟକ: ଚୌଦ୍ୱାର ଜେଲ୍ ରେ କଏଦୀ ମୃତ୍ୟୁ ଘଟଣାରେ ଡିସିପି ଋଷିକେଶ ଖିଲାରିଙ୍କ ପ୍ରତିକ୍ରିୟା । କଏଦୀ ଜଣକ ଆତ୍ମହତ୍ୟା କରିଥିବା ସ୍ପଷ୍ଟ କଲେ ଡିସିପି । ପରିବାର ହତ୍ୟା ଅଭିଯୋଗ ଆଣିବା ପରେ ଡିସିପି ସ୍ପଷ୍ଟିକରଣ ରଖିଛନ୍ତି । ଗତକାଲି ଝୁଲନ୍ତା ଆବସ୍ଥାରେ କଏଦୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଜଣେ ବିଚାରାଧୀନ ତଏଦୀଙ୍କୁ ତାଙ୍କ କୋଠରୀରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମୃତ କଏଦୀ ଜଣକ କଟକ ମ୍ୟୁନିସିପାଲ୍ କର୍ପୋରେସନ୍ ଅନ୍ତର୍ଗର୍ତ ହାତୀ ପୋଖରୀ ଅଞ୍ଚଳର ବାସିନ୍ଦା ମହମ୍ମଦ କଲିମ୍ । ସେ ତାଙ୍କ ବେକରେ ଏକ ଗାମୁଛା ବାନ୍ଧି ସେଲ୍ ଝରକାରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଆତ୍ମହତ୍ୟା ପଛର କାରଣ ଅସ୍ପଷ୍ଟ ରହିଥିବାରୁ ପୋଲିସର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking