21.1 C
Bhubaneswar
Monday, February 2, 2026
Homeଓଡିଶାକିନ୍ନରଙ୍କୁ ହତ୍ୟା: ଧାରଣାରେ ବସିଲେ କିନ୍ନର ଗୋଷ୍ଠୀ

କିନ୍ନରଙ୍କୁ ହତ୍ୟା: ଧାରଣାରେ ବସିଲେ କିନ୍ନର ଗୋଷ୍ଠୀ

ଭୁବନେଶ୍ୱର: କିନ୍ନରଙ୍କୁ ହତ୍ୟା ଘଟଣାକୁ ନେଇ ରାସ୍ତାରେ ବସିଲେ କିନ୍ନରଗୋଷ୍ଠୀ । ପିପିଲି ଥାନା ସିଫା ନିକଟରେ କିନ୍ନରଙ୍କୁ ହତ୍ୟା ପ୍ରତିବାଦରେ ରାସ୍ତାରୋକ । ଗିରଫ ଦାବିରେ କ୍ୟାପିଟାଲ ହସ୍ପିଟାଲ ନିକଟରେ ଧାରଣାରେ ବସିଲେ କିନ୍ନର ଗୋଷ୍ଠୀ । ୧୦ ଲକ୍ଷ କ୍ଷତିପୂରଣ ସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । କିନ୍ନରଙ୍କ ଧାରଣା ଯୋଗୁଁ ଗାଡି ଚଲାଚଳ ପ୍ରଭାବିତ ହୋଇଛି । ସୂଚନା ଥାଉକି, ଗତକାଲି ବିଳମ୍ବିତ ଭୁବନେଶ୍ୱର- ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଉତ୍ତରା ଛକ ନିକଟ ସିଫା ନିକଟରେ ଜଣେ କିନ୍ନରଙ୍କୁ କୌଣସି କଥାକୁ ନେଇ ବଚସା ହେବା ପରେ ଦୁର୍ବୃତ୍ତ ଜଣକ ଗୋଡାଇ ଗୋଡ଼ାଇ ଛୁରୀରେ ଆକ୍ରମଣ କରି ଚାଲୁଥିଲେ। ସେ ଜୀବନ ବିକଳରେ ଦୌଡ଼ିବାକୁ ଚେଷ୍ଟା କରିଥିଲେ ହେଲେ ହଠାତ ସେ ତଳେ ପଡିଯିବାରୁ ଆହୁରି ଛୁରୀରେ ଭୁସି ଚାଲିଥିଲା । ଏଭଳି କାଣ୍ଡ ଦେଖି ‌ପଥଚାରୀମାନେ ଅଟକିଗଲେ ହେଲେ ଭୟରେ ପାଖ ମାଡ଼ିଲେନି। ଦୁର୍ବୃତ୍ତମାନେ ପଳାଇବାର କିଛି ସମୟ ପରେ ଧଉଳି ଥାନା ପୁଲିସ ପହଞ୍ଚି ସୋନାଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲକୁ ପଠାଇଥିଲା। ଖବର ପାଇ ରାଜଧାନୀର ବିଭିନ୍ନ ଅଞ୍ଚଳରୁ କିନ୍ନରମାନେ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଉତ୍ତେଜନା ବଢ଼ିବା ଦେଖି ପୁଲିସ ମୁତୟନ ହୋଇଥିଲେ ଏବଂ ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାଣ ପଡିଛି ଯେ ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଧଉଳି ଓ ପିପିଲି ଥାନା ପୁଲିସ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking