23.1 C
Bhubaneswar
Monday, February 2, 2026
Homeଓଡିଶାଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଯୁବ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଏକମାତ୍ର ଅଣ ସଂରକ୍ଷିତ ବିଧାନସଭା କ୍ଷେତ୍ରର ହେଡକ୍ୱାଟର ମୋରଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ସମର୍ଥକଙ୍କ ଗହଣରେ ନିଜର ଶକ୍ତି ପ୍ରଦର୍ଶନ କରିଛି ମୋରଡା ଯୁବ କଂଗ୍ରେସ। ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ତଥା ମୋରଡା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ତାପସ ରଞ୍ଜନ ରାଉତଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ପାରିଆଉଡ଼ାରୁ ଆରମ୍ଭ ହୋଇ ସରକାରଙ୍କ ବିଭିନ୍ନ ଜନସ୍ବାର୍ଥ ବିରୋଧୀ ପଦକ୍ଷେପ ସହିତ କାର୍ଯ୍ୟକ୍ରମ ବିରୋଧରେ ନାରା ଦେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ଏକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟଅତିଥି ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ବାଲେଶ୍ଵର ଓ ପୁରୀ ଜିଲା ଯୁବକଂଗ୍ରେସ ସଭାପତି ରଞ୍ଜନ କୁମାର ଦାସ, ଆଲୋକ ଦାସ ଯୋଗ ଦେଇଥିଲେ। ଶିଳ୍ପ ଶୂନ୍ୟ ଜିଲ୍ଲା,ଦାଦନ ଦୁଃଖ,ମୋରଡାରେ ହାତୀ ସମସ୍ୟା, ବିଜୁଳି ବିଲ ଛାଡ, ଭତ୍ତା ଟଙ୍କା ବୃଦ୍ଧି,ଏମଜିଏନଆରଇଜିଏ ଯୋଜନାରେ ନାମ ପରିବର୍ତ୍ତନ ନକରିବା, ପଲ୍ୟୁସନ ସାର୍ଟିଫିକେଟ ନାମରେ ଲୋକଙ୍କୁ ଶୋଷଣ ଆଦି ସମସ୍ୟା ଉପସ୍ଥାପନା କରାଯାଇଥିଲା। ଭାଜପା ସରକାର ଲୋକଙ୍କୁ ଭୁଆଁ ବନାଇ ମିଛ ପ୍ରତିଶୃତି ଦେଇ ସରକାରକୁ ଆସିଛି ଯାହାର ଜବାବ ଲୋକେ ଦେବେ ବୋଲି କହି ଭାଜପା ସରକାରକୁ ଟାର୍ଗେଟ କରିଥିଲା କଂଗ୍ରେସ। ଏହାପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମୋରଡା ବିଡ଼ିଓ଼ ଅଣାକର ନାଏକଙ୍କୁ ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking