23.1 C
Bhubaneswar
Monday, February 2, 2026
Homeଓଡିଶାପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ

ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ

ପୁରୀ: ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି। ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ତଲବ କରିଛନ୍ତି ମାନ୍ୟବର କୋର୍ଟ। ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ଅଡୁଆରେ ପଡ଼ିଛନ୍ତି ଜିଲାପାଳ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇ ନ ଥିବା ଅଭିଯୋଗରେ ଜବାବ ତଲବ କରିଛନ୍ତି କୋର୍ଟ। ୩ ସପ୍ତାହ ମଧ୍ୟରେ ଜବାବ ଦଖଲ ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୧୯୮୭ରେ ଅଭୟାରଣ୍ୟ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ବିଜ୍ଞପ୍ତିର ୩୯ ବର୍ଷ ପରେ ବି ଜମି ଅଧିଗ୍ରହଣ ହୋଇନାହିଁ। ଜମି ମାଲିକଙ୍କୁ କ୍ଷତିପୂରଣ ଦିଆଯାଇନି କି ଜମି ଛାଡ଼ ମଧ୍ୟ ହୋଇନାହିଁ। ୨୦୨୪ ଡିସେମ୍ବର ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କୋର୍ଟ ମହଲତ ଦେଇଥିଲେ। ଏଥିରେ ଖିଲାପ ହୋଇଥିବାରୁ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking