କେନ୍ଦୁଝର: କେନ୍ଦୁଝରରେ ବଡ ସଡକ ଦୁର୍ଘଟଣା । ଓଲଟିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ସୂଚନା ଅନୁସାରେ, ଛୋନାପଦି – ବଉଳା ରାସ୍ତାର ବୈଦାକିଆ ନିକଟରେ ଓଲଟିଲା ବସ୍ । ନିଶାସକ୍ତ ଅବସ୍ଥାରେ ଚାଳକ ବସ୍ ଚଲାଉଥଲେ । ସତର୍କ ହୋଇ ପୂର୍ବ ଷ୍ଟପେଜ୍ରେ ଓହ୍ଲାଇ ପଡିଥିଲେ ଯାତ୍ରୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।










