17.1 C
Bhubaneswar
Monday, February 2, 2026
Homeଓଡିଶାଓଡ଼ିଶାର ଚାଷୀ ସମାଜ ସହିତ ସର୍ବଦା ରହିଛି ବିଜେଡି

ଓଡ଼ିଶାର ଚାଷୀ ସମାଜ ସହିତ ସର୍ବଦା ରହିଛି ବିଜେଡି

ଭୁବନେଶ୍ୱର: ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ । ୭୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ଜୀବିକା ପାଇଁ କୃଷି ଉପରେ ନିର୍ଭର କରନ୍ତି । କିନ୍ତୁ ଆଜି ଓଡ଼ିଶାରେ ଚାଷୀମାନେ ହତାଶ । ଚାଷୀ ସମାଜ ବିହନ ଯୋଗାଣ, ସାର ଯୋଗାଣ ଏବଂ ଧାନ ସଂଗ୍ରହ କ୍ଷେତ୍ରରେ ଏପରି ଘୋର ଅନ୍ୟାୟର ସମ୍ମୁଖୀନ ହେଉଛନ୍ତି, ଯାହା ଓଡ଼ିଶାର ଇତିହାସରେ ପୂର୍ବରୁ କେବେ ଦେଖାଯାଇ ନଥିଲା । ଆଜି ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ସମଗ୍ର ଓଡ଼ିଶାରେ ଚାଷୀମାନେ ରାଜରାସ୍ତାରେ ଅଛନ୍ତି । ଓଡ଼ିଶାର ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ଚାଷୀମାନେ ବିଭିନ୍ନ ସମସ୍ୟା ପାଇଁ ବିଜେପି ସରକାର ବିରୋଧରେ ଆନେ୍ଦାଳନ କରୁଛନ୍ତି । ବିଜୁ ଜନତା ଦଳ ପ୍ରତିଷ୍ଠା ହେବା ପରଠାରୁ ସର୍ବଦା ଚାଷୀ ସଶକ୍ତିକରଣ ପାଇଁ ପ୍ରତିବଦ୍ଧ ଏବଂ ସବୁବେଳେ ଚାଷୀଙ୍କ ସହିତ ଛିଡ଼ା ହୋଇଛି । ପଶ୍ଚିମ ଓଡ଼ିଶା ଏବଂ ଅନ୍ୟାନ୍ୟ ସ୍ଥାନରେ ବିଜେଡି ଚାଷୀ ମାନଙ୍କ ପାଇଁ ସର୍ବଦା ରାଜରାସ୍ତାରେ ଲଢ଼େଇ କରୁଛି । ମଣ୍ଡିରେ ଅନିୟମିତତା ଏବଂ ଓଡ଼ିଶାରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ଚାଷୀ ମାନଙ୍କ ସ୍ୱାର୍ଥରେ ଯେଉଁ ଆନେ୍ଦାଳନର ଡାକରା ଦେଇଛି, ତାହା ଚାଷୀ ହିତକର ପଦକ୍ଷେପ । ବିଜେଡି ଏହି ପଦକ୍ଷେପକୁ ସାଧୁବାଦ ଜଣାଇବା ସହିତ ବିଜେଡି ଚାଷୀମାନଙ୍କ ହିତରେ ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଜାରି ରଖିବ ।

ସମସ୍ତ ଚାଷୀଙ୍କ ଧାନ ଏମ୍ଏସ୍ପି ଏବଂ ଇନ୍ପୁଟ୍ ସବ୍ସିଡି ମିଶାଇ କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କାରେ କିଣାଯାଉ । ଧାନ କ୍ରୟ ପରେ ସଠିକ୍ ସମୟ ମଧ୍ୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଉ । ଟୋକନ ଓ ମଣ୍ଡି ସମସ୍ୟା ନେଇ ଚାଷୀମାନଙ୍କୁ ଯେଉଁ ହଇରାଣ କରାଯାଉଛି, ତାହା ତୁରନ୍ତ ବନ୍ଦ କରାଯାଉ । ଦଲାଲ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ଧାନ ସଂଗ୍ରହରେ ଅବ୍ୟବସ୍ଥା ନେଇ ବିଭିନ୍ନ ସଂଗଠନ ପ୍ରତିବାଦ ଜଣାଉ ଥିବାରୁ ଅନ୍ନଦାତାଙ୍କ ହିତରେ ଏଭଳି ସମସ୍ତ ପଦକ୍ଷେପକୁ ବିଜେଡି ସାଧୁବାଦ ଜଣାଉଛି । ରାଜ୍ୟରେ କୃଷକମାନଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ ଏହାର ପ୍ରତିବାଦରେ ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଆସନ୍ତା ଫେବୃଆରୀ ୨ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତିଟି ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହାପରେ ୨୪ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ ହେବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

ଡ଼ ମହାନ୍ତି କହିଥିଲେ ଯେ, ଚଳିତ ବର୍ଷ ରାଜ୍ୟରେ ପ୍ରଥମଥର ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇ ପଡିଛି । ରାଜ୍ୟରେ ଚଳିତ ବର୍ଷ ୧୯ ଲକ୍ଷ ୬୬ ହଜାର ୧୮୧ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୩୦ ପ୍ରତିଶତ ଚାଷୀଙ୍କ ଠାରୁ ନିର୍ଦ୍ଧାରିତ ୭୩ ଲକ୍ଷ ମେଟ୍ରିକ ଟନ୍ରୁ ମାତ୍ର ୨୬ ଲକ୍ଷ ମେଟ୍ରିକ ଟନ୍ ଅର୍ଥାତ୍ ୩୫ ପ୍ରତିଶତ ଧାନ କିଣା ଯାଇଛି । ଓଡ଼ିଶା ଧାନ ସଂଗ୍ରହରେ କିପରି ଭାବେ ବିଫଳ ହୋଇଛି ତାହା ପଡୋଶୀ ଛତିଶଗଡ଼ ରାଜ୍ୟର ଧାନ ସଂଗ୍ରହର ତଥ୍ୟ ଦେଖିଲେ ସ୍ପଷ୍ଟ ହେଉଛି । ଛତିଶଗଡ଼ ଓଡ଼ିଶା ତୁଳନାରେ ଛୋଟ ରାଜ୍ୟ ହୋଇଥିବା ବେଳେ ଓଡ଼ିଶା ଠାରୁ କମ୍ ଧାନ ଉତ୍ପାଦନ କରୁଛି । ମାତ୍ର ଏବେ ସୁଦ୍ଧା ଛତିଶଗଡ଼ ୧୨୭ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିସାରିଛି । ତେଣୁ ଓଡ଼ିଶା ସରକାରଙ୍କ ଧାନ କିଣା ପ୍ରକ୍ରିୟା ସମ୍ପୂର୍ଣ୍ଣ ବିଫଳ ହୋଇଛି । ବିଜେପି ସରକାର ୪୦୮୩ଟି ଧାନ ସଂଗ୍ରହ କେନ୍ଦ୍ର ଖୋଲିବା ପାଇଁ ଯୋଜନା କରିଥିଲେ, ହେଲେ ବର୍ତ୍ତମାନ ସୁଦ୍ଧା କେବଳ ୨୮୯୩ଟି ଧାନ ସଂଗ୍ରହ କେନ୍ଦ୍ର ଖୋଲିପାରିଛି । ୩୦ ପ୍ରତିଶତ ଧାନ ସଂଗ୍ରହ କେନ୍ଦ୍ର ଏବେ ସୁଦ୍ଧା ଖୋଲିପାରିଲେ ନାହିଁ ଡବଲ ଇଂଜିନ ସରକାର । ବିନା କଟନୀ ଛଟନୀରେ ଧାନ କିଣା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେପି ସରକାର । ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ୱ ହେବାରୁ କ୍ଷୁଦ୍ର ଚାଷୀମାନେଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟରେ ମଣ୍ଡି ସମସ୍ୟା ଉକ୍ରଟ ରୂପ ଧାରଣ କରିଥିବାବେଳେ ସରକାର ଚାଷୀଙ୍କ ସହ ଖେଳ ଖେଳୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking