ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ବାଣ ବିସ୍ଫୋରଣ । ଭୁବନେଶ୍ୱରର ସୁନ୍ଦରପଦାର ଆଜାଦ ନଗରରେ ଘଟିଛି ବାଣ ବିସ୍ଫୋରଣ । ଏହି ବିସ୍ଫୋରଣରେ ବାପା ଓ ଝିଅ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ବେଆଇନ ବାଣ ଭିଡିବା ବେଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଖବର ପାଇ ଏୟାରଫିଲ୍ଡ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଉଭୟ ବାପା ଓ ଝିଅକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ବେଆଇନ ବାଣ ତିଆରି କାହା ନିର୍ଦ୍ଦେଶରେ କରାଯାଉଥିଲା ଏବଂ କେଉଁ ପରିସ୍ଥିତିରେ ବାଣ ବିସ୍ଫୋରଣ ଘଟିଥିଲା ସେନେଇ ତଦନ୍ତଦ ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳରେ ଫରେନ୍ସିକ୍ ଦଳ ପହଞ୍ଚି ଘର ଚାରିପାଖରୁ ପ୍ରମାଣ ସଂଗ୍ରହ କରୁଛନ୍ତି ।










