19.1 C
Bhubaneswar
Tuesday, January 20, 2026
Homeଓଡିଶାଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କ ବିରୋଧରେ ଗିରଫ ପରୱାନା ଜାରି

ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କ ବିରୋଧରେ ଗିରଫ ପରୱାନା ଜାରି

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି । ଅଦାଲତ ଅବମାନନା ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି । ୨୨ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଇବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ହାଜର ନୁହେଁ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବାକୁ କୋର୍ଟ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି । ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ତପନ କୁମାର ପଟ୍ଟନାୟକ ଓ କ୍ଷୀରୋଦ ପ୍ରସାଦ ସାହୁଙ୍କ ତରଫରୁ ଦାୟର ଦୁଇ ପୃଥକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଇନକ୍ରିମେଣ୍ଟ ପ୍ରଦାନରେ ନିୟମ ଉଲ୍ଲଂଘନ ନେଇ ଆବେଦନକାରୀ ଅଧ୍ୟାପକ ଅଭିଯୋଗ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଆବେଦନକାରୀ ଇନ୍ରକିମେଣ୍ଟ ପାଇବାକୁ ହକଦାର ବୋଲି ଦାବି କରିଥିଲେ। ଏ ନେଇ ସରକାରଙ୍କ ନିକଟରେ ଆବେଦନକାରୀ ଦାବିପତ୍ର ଦାଖଲ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଦାବିପତ୍ର ଉପରେ ୮ସପ୍ତାହ ଭିତରେ ନିଷ୍ପତ୍ତି ନେଇ ଆବେଦନକାରୀଙ୍କୁ ଅବଗତ କରିବାକୁ ୨୦୨୫, ଜୁଲାଇ ୩୦ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ହାଇକୋର୍ଟରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅଗ୍ରୱାଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଡିସେମ୍ବର ୧୨ରେ ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସରକାର ସମୟ ନେଇଥିଲେ। ଏହାପରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନାହିଁ। ଏଭଳି ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସଂଗ୍ରାମ ଜେନା ମାମଲା ପରିଚାଳନା କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking