ପାଟଣା: ପାଟଣା ବ୍ଲକ ଅଞ୍ଚଳରେ ଅଭାବନୀୟ ଘଟଣା । ସାନ ଭାଇକୁ ହତ୍ୟା ଅଭିଯୋଗରେ ବଡ ଭାଇ ଗିରଫ ହୋଇଛି । ପାଟଣା ବ୍ଲକ ଅଞ୍ଚଳ ସ୍ଥିତ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଡଳଙ୍ଗ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ସାନ ଭାଇକୁୁ ଜିତେନ୍ଦ୍ର ମହାନ୍ତ (୪୨) ବୋଲି ଚିହ୍ନଟ କରାଯାଇଛି । ଅଭିଯୁକ୍ତ ବଡ ଭାଇକୁ ସତ୍ୟାନନ୍ଦ ମହାନ୍ତ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଗତ ଶନିବାର ଅପରାହ୍ନରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ସେହି ସମୟରେ ସତ୍ୟାନନ୍ଦ ରାଗିଯାଇ ସାନ ଭାଇ ଜିତେନ୍ଦ୍ରକୁ ମାଡ ମାରିଥିଲେ । ଗୁରୁତର ଅବସ୍ଥାରେ ଜିତେନ୍ଦ୍ରକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଚମ୍ପୁଆ ଏସଡିପିଓ ରଶ୍ମିରଞ୍ଜନ ସାହୁ ଓ ଥାନା ଏସଆଇ ସୁରେଶ ସାହୁ ଘଟଣା ସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ କରିବା ସହ ବଡ଼ଭାଇ ସତ୍ୟାନନ୍ଦ ମହାନ୍ତଙ୍କୁ ଗିରଫ କରିଛନ୍ତି। ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ସତ୍ୟାନନ୍ଦଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।










