26.1 C
Bhubaneswar
Friday, March 6, 2026
Homeଓଡିଶାସାନ ଭାଇକୁ ହତ୍ୟା ଅଭିଯୋଗରେ ବଡ ଭାଇ ଗିରଫ

ସାନ ଭାଇକୁ ହତ୍ୟା ଅଭିଯୋଗରେ ବଡ ଭାଇ ଗିରଫ

ପାଟଣା: ପାଟଣା ବ୍ଲକ ଅଞ୍ଚଳରେ ଅଭାବନୀୟ ଘଟଣା । ସାନ ଭାଇକୁ ହତ୍ୟା ଅଭିଯୋଗରେ ବଡ ଭାଇ ଗିରଫ ହୋଇଛି । ପାଟଣା ବ୍ଲକ ଅଞ୍ଚଳ ସ୍ଥିତ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଡଳଙ୍ଗ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ସାନ ଭାଇକୁୁ ଜିତେନ୍ଦ୍ର ମହାନ୍ତ (୪୨) ବୋଲି ଚିହ୍ନଟ କରାଯାଇଛି । ଅଭିଯୁକ୍ତ ବଡ ଭାଇକୁ ସତ୍ୟାନନ୍ଦ ମହାନ୍ତ ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଗତ ଶନିବାର ଅପରାହ୍ନରେ ଦୁଇ ଭାଇଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ସେହି ସମୟରେ ସତ୍ୟାନନ୍ଦ ରାଗିଯାଇ ସାନ ଭାଇ ଜିତେନ୍ଦ୍ରକୁ ମାଡ ମାରିଥିଲେ । ଗୁରୁତର ଅବସ୍ଥାରେ ଜିତେନ୍ଦ୍ରକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଚମ୍ପୁଆ ଏସଡିପିଓ ରଶ୍ମିରଞ୍ଜନ ସାହୁ ଓ ଥାନା ଏସଆଇ ସୁରେଶ ସାହୁ ଘଟଣା ସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ କରିବା ସହ ବଡ଼ଭାଇ ସତ୍ୟାନନ୍ଦ ମହାନ୍ତଙ୍କୁ ଗିରଫ କରିଛନ୍ତି। ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ସତ୍ୟାନନ୍ଦଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking