29.1 C
Bhubaneswar
Monday, January 19, 2026
Homeଓଡିଶାପୋଲିସ ମାଡରେ ମହିଳା ଗୁରୁତର!

ପୋଲିସ ମାଡରେ ମହିଳା ଗୁରୁତର!

ବରଗଡ: ବରଗଡ ଜିଲ୍ଲାର ଭେଡେନରେ ରମାଲୀଳା ମହୋତ୍ସବରେ ତୁମୁଳକାଣ୍ଡ । ରବିବାର ଭେଡେନରେ ରାମଲୀଳା ମହୋତ୍ସବ ଚାଲିଥିବା ବେଳେ ବିଳମ୍ବିତ ରାତିରେ ଜଣେ ଗାୟକ ଗୀତ ପରିବେଷଣ କରୁଥିବା ସମୟରେ ମହୋତ୍ସବରେ ଜନସମୂଦ୍ର ହୋଇଥିଲା । ଏହି ସମୟରେ କୌଣସି ଏକ କାରଣରୁ ପୋଲିସ ଏବଂ ଦର୍ଶକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ସହ ଉଭୟଙ୍କ ମଧ୍ୟରେ ଠେଲାପେଲା, ଢେଲା ପଥର ମାଡ ସହିତ ବାଡିଆପିଟା ହୋଇଥିଲା । ଏହି ଘଟଣାରେ ୬ ଜଣ ଦର୍ଶକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଗଣ୍ଠିଆପାଲିର ଗହକି ସୁହୁଲା, ଭେଡେନର କଏରୁ ରୋହିଦାସ, ଜୟଦେବ ମେହେର, ଲଳିତ ବିଶ୍ୱାଳ, ଅଛାଣ୍ଡପାଲିର ଲବ ବାଗ ଏବଂ ପାକେଲଦାଦର ଗ୍ରାମର ପ୍ରଫୁଲ୍ଲ ନାଗ ବୋଲି ଚିହ୍ନଟ କରାଯାଇଛି । ଆହତ ସମସ୍ତଙ୍କୁ ମୋଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଗହକିଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଉକ୍ତ ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ଦେଇ ଭେଡେନ ଥାନା ଅଧିକାରୀ ଶଶୀଭୂଷଣ ମିଶ୍ର କହିଛନ୍ତି ଯେ ରାମଲୀଳା ମହୋତ୍ସବରେ ଅସମ୍ଭାଳ ଭିଡ ହୋଇଥିଲା । ଢେଲା ପଥର ମାଡ ଯୋଗୁଁ ଜଣେ ମହିଳା ଆହତ ହୋଇଥିବା ଖବର ମିଳିଛି । ପୋଲିସ ପକ୍ଷରୁ ଲାଠିମାଡ ହୋଇନାହିଁ । ଏନେଇ କେହି ଏପର୍ଯ୍ୟନ୍ତ ଏତଲା ଦେଇନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking