ଆନନ୍ଦପୁର: ଆନନ୍ଦପୁରରେ ଭୟଙ୍କର ସଡକ ଦୁର୍ଘଟଣା। ବାଇକ୍ରୁ ଖସି ପଡ଼ିଲେ, ପଛରୁ ଆସି ଚଢ଼ିଗଲା ଟ୍ରକ୍। ରାମଚନ୍ଦ୍ରପୁର ଥାନା ଖଲଣା ଛକରେଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଗାଁ ତାରିଣୀ ଦର୍ଶନ ସାରି ମହିଳା ବାଇକ୍ରେ ବସି ଫେରୁଥିଲେ। ସେହି ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।










