19.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଗାଡ଼ି ଧକ୍କାରେ ଡେଲିଭରି ବୟ ମୃତ

ଗାଡ଼ି ଧକ୍କାରେ ଡେଲିଭରି ବୟ ମୃତ

ପଞ୍ଜାବ: ପଞ୍ଜାବର ଚଣ୍ଡିଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗାଡ଼ି ଧକ୍କାରେ ଡେଲିଭରି ବୟ ମୃତ। ଦୁର୍ଘଟଣାଟି ବିଳମ୍ବିତ ରାତି ପ୍ରାୟ ୨ ରୁ ୨:୩୦ ମଧ୍ୟରେ ଘଟିଥିଲା ମୃତକଙ୍କ ନାମ ଖୁସମିତ ରାୱତ, ଯିଏ ମାତ୍ର ଗୋଟିଏ ବର୍ଷ ପୂର୍ବରୁ ବିବାହ କରିଥିଲେ ଏବଂ ସେ ଉତ୍ତରାଖଣ୍ଡର ବାସିନ୍ଦା । ସୂଚନା ଅନୁସାରେ, ଚଣ୍ଡିଗଡ଼ରେ ସେକ୍ଟର ୩୪-୩୫ ମଧ୍ୟରେ ବିଭାଜିତ ରାସ୍ତାରେ ଜଣେ ଡେଲିଭରି ବୟଙ୍କୁ ଏକ ଦ୍ରୁତଗାମୀ ଗାଡ଼ି ଧକ୍କା ଦେଇଥିଲା, ଯାହା ଫଳରେ ଗୁରୁତର ଆହତ ହୋଇଥିଲେସ୍ଥାନୀୟ ଲୋକଙ୍କ ଦ୍ୱାରା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୁସମିତଙ୍କୁ ହସ୍ପିଟାଲ ନେଇଯାଇଥିଲାସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି। ଗାଡି ଏବଂ ଡ୍ରାଇଭରଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking