ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଏକ ଘରୋଇ ବସ୍ ଗଭୀର ଘାଟିକୁ ଖସିପଡ଼ିବାରୁ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।ମୃତକଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।ରିପୋର୍ଟ ଅନୁସାରେ, ଜିତ୍ କୋଚ୍ ନାମକ ଏହି ଘରୋଇ ବସ୍ କୁପଭିରୁ ଶିମଲା ଅଭିମୁଖେ ଯାତ୍ରା କରୁଥିଲା। ଅପରାହ୍ନ ପ୍ରାୟ ୩ଟା ସମୟରେ ହରିପୁରଧର ବଜାରରୁ ବସଟି ଶିମଲା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭର ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ, ଯାହା ଫଳରେ ବସ ଟି ରାସ୍ତାରୁ ଖସି ଏକ ଗଭୀର ଘାଟିରେ ପଡ଼ିଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଦଳ କାର୍ଯ୍ୟରେ ଲାଗିପଡ଼ିଲେ। ଅତିରିକ୍ତ ପୋଲିସ ଅଧୀକ୍ଷକ ଯୋଗେଶ ରୋଲ୍ଟା ନିଶ୍ଚିତ କରିଛନ୍ତି ଯେ ଏପର୍ଯ୍ୟନ୍ତ ଘାଟିରୁ ପାଞ୍ଚଟି ମୃତଦେହ ଉଦ୍ଧାର କରାଯାଇଛି।ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆହତମାନଙ୍କୁ ଘାଟିରୁ ଟାଣି ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଯାଉଛି। ପୋଲିସ ତଦନ୍ତ ଜାରି ରଖିଛି ।










