ଭୁବନେଶ୍ୱର: ରାଜଧାନୀରେ ରାତିଅଧରେ ବଡ ଧରଣର ସିରିଜ ଦୁର୍ଘଟଣା । ରାତି ଅଧରେ ଦ୍ରୁତ ଗତିରେ ଆସି ଗୋଟିଏ ପରେ ଗଟିଏ ଗାଡିକୁ ପିଟିଲା କାର । ଭୁବନେଶ୍ୱର ଖଣ୍ଡଗିରି ଥାନା ଜାଗମରା ଛକରେ ସିରିଜ ଗୁର୍ଘଟଣା ଘଟିଛି । ଭୟଙ୍କ ଦୁର୍ଘଟଣାରେ ୪ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଶାଶକ୍ତ ଅବସ୍ଥାରେ କାର ଚାଳକ ଗାଡି ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ନିଶାଶକ୍ତ ଅବସ୍ଥାରେ ବେପରୁଆ ଭାବରେ ରାସ୍ତାରେ ଗାଡି ଚଳାଉଥିଲା ଚାଳକ । ଖଣ୍ଡଗିରି ପଟୁ ଆସୁଥିବା କାର ଦ୍ରୁତଗତିରେ ଆସି ଦୁର୍ଘଟଣା ଘଟାଇ ପେରାର ହଇଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି । ତେବେ ବଡ ପ୍ରଶ୍ନ ଉଠୁଛି ଯେ, ଏଭଳି ବେପରୁଆ ଭାବେ କାହିଁକି ଗାଡି ଚଳାଉଛନ୍ତି ଚାଳକ । ଅକାଳରେ ଯାଉଛି ମୂଲ୍ୟବାନ ଜୀବନ । କେତେ ସତର୍କ, ସଚେତନତା କରାଇଲେ ସୁଧୁରିବେ ଲୋକେ । ରାଜ୍ୟ ସରକାରଙ୍କ ସବୁ ପ୍ରକାର ନିୟମକୁ ଫୁ କରି କାହିଁକି ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଛନ୍ତି ।









