22.1 C
Bhubaneswar
Monday, January 12, 2026
Homeଓଡିଶାକୋର୍ଟ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବୁ: ଡିସିପି

କୋର୍ଟ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବୁ: ଡିସିପି

କଟକ: ବୋମା ଆତଙ୍କ ଘଟଣାରେ କଟକ ଡିସିପିଙ୍କ ପ୍ରତିକ୍ରିୟା । ସୁରକ୍ଷା ଜନିତ ଧମକ ଥିଲା କହିଲେ କଟକ ଡିସିପି ଋଷିକେଶ । ଏହା ସହ ସେ କହିଛନ୍ତି ଯେ ୫ଟି ଟିମ୍ ଓ ସ୍ପେଶାଲ ଟାକଟିକାଲ୍ ଟିମ୍ ପୂରା ଅଞ୍ଚଳ ଛାନଭିନ କଲେ । ଇ – ମେଲ୍ ଜାତୀୟ ସ୍ତରରୁ ଭିନ୍ନ ଭିନ୍ନ ଜାଗାରୁ ଆସିଥିଲା । କ୍ରାଇମବ୍ରାଞ୍ଚ ସହେଯାଗରେ ଏହାର ତଦନ୍ତ ଚାଲିଛି । ଘଟଣା ପରେ ଆଗକୁ କୋର୍ଟ ପରିସର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯିବ । ସୂଚନାଥାଉକି, ଆଜି ସକାଳେ ୩ କୋର୍ଟକୁ ବୋମା ଧମକ ମିଳିଥିଲା । ସମ୍ବଲପୁର, କଟକ, ଦେବଗଡ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଥିଲ।। ଇ- ମେଲ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ ଆସିଥିଲା । ଏନେଇ ସମ୍ବଲପୁର, ଦେବଗଡ କୋର୍ଟ ପରିସରରେ ଆଣ୍ଟି ବମ ସ୍କ୍ୱାଡ ଦ୍ୱାରା ଯାଞ୍ଚ କରାଯାଇଥିଲା । ଦେବଗଡ ଜିଲ୍ଲା ନ୍ୟାୟାଳୟରେ ୩ଟି ଆରଡିଏକ୍ସ ଥିବା ମେଲ ଆସିଥିଲା । କଟକ ଜିଲ୍ଲା ଜଜ କୋର୍ଟ, ହାଇକୋର୍ଟ ପରିସରକୁ ଖାଲି କରାଯାଇଥିଲା । କଟକ ଜିଲ୍ଲା ଜଜ କୋର୍ଟ ପରିସରରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଥିଲା । କିଏ ମେଲ କରିଥିଲା ସେନେଇ ପୋଲିସ ତଦନ୍ତ ଜାରି ରହିଛି

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking