ଯାଜପୁର: ଯାଜପୁର ଜିଲ୍ଲାର ଯାଜପୁର ରୋଡ ଆଦର୍ଶ ଥାନା ଅନ୍ତର୍ଗତ ଗୋପବନ୍ଧୁ ଛକ ନିକଟରେ ଥିବା ଆଇଡିବିଆଇ ବ୍ୟାଙ୍କ ରେ କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ତରିମୂଳ ଗ୍ରାମ ର ବିଶ୍ଵବନ୍ଧୁ ଓଝା ଗତ ଜାନୁଆରୀ 9 ତାରିଖରେ ଏକ ଆକାଉଣ୍ଟ୍ ଖୋଲି ବ୍ୟାଙ୍କ ମ୍ୟାନେଜର ଜୟନ୍ତ କୁମାର ବେହେରାଙ୍କୁ ନିଜ ପରିଚୟ ଦେଇ କହିଥିଲେ ଯେ ସେ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଇଣ୍ଟେଲ୍ଏଜେନ୍ସି ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି l ତାଙ୍କ ଆକାଉଣ୍ଟକୁ ଅଧିକ ଟଙ୍କା ଆସିବ l ସେ ଟଙ୍କା କୁ ମୁଁ ଏହିଠାରେ ଉଠାଣ କରିବି ଆପଣ ସବୁ ଟଙ୍କା ମୋତେ ଉଠାଇ ବା କୁ ଅନୁମତି ଦେବେ l ବିଶ୍ଵବନ୍ଧୁ ଉପରେ ବ୍ୟାଙ୍କ ମ୍ୟାନେଜର ଙ୍କ ସନ୍ଦେହ ହେବାରୁ ସେ ଯାଜପୁର ରୋଡ ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣlଇବାରୁ ଥାନା ଅଧିକାରୀ ମ୍ୟାନେଜରଙ୍କୁ କହି କୌଶଳ କ୍ରମେ ଅଭିଯୁକ୍ତ ବିଶ୍ଵବନ୍ଧୁଙ୍କୁ ବ୍ୟାଙ୍କକୁ ଡ଼ାକି ଘଟଣାସ୍ଥଳରୁ ଅଭିଯୁକ୍ତକୁ ଯାଜପୁର ରୋଡ ପୁଲିସ କାବୁ କରିବାରେ ସଫଳ ହୋଇଥିଲେ l ବିଶ୍ଵବନ୍ଧୁଙ୍କ ନିକଟରୁ ରାଜ୍ୟ ସରକାରଙ୍କ ନକଲି ପୋଲିସ ପୋଷାକ, ଆଇଡି କାର୍ଡ ଓ ଦୁଇଟି ମୋବାଇଲ କୁ ଯବତ କରିଥିଲେ l ବ୍ୟାଙ୍କ ମ୍ୟାନେଜର ଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତକୁ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଛି l









