25.1 C
Bhubaneswar
Monday, January 12, 2026
Homeଦେଶ ବିଦେଶମେଟ୍ରୋ ଷ୍ଟାଫ୍ କ୍ୱାର୍ଟରରେ ଅଗ୍ନିକାଣ୍ଡ: ୩ ଜୀବନ୍ତ ଦଗ୍ଧ

ମେଟ୍ରୋ ଷ୍ଟାଫ୍ କ୍ୱାର୍ଟରରେ ଅଗ୍ନିକାଣ୍ଡ: ୩ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଥିବା ଦିଲ୍ଲୀ ମେଟ୍ରୋ ଷ୍ଟାଫ୍ କ୍ୱାର୍ଟର୍ସରେ ଭୟଙ୍କର ଅଗ୍ନିିକାଣ୍ଡ । ଏହି ଘଟଣାରେ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ସ୍ୱାମୀ, ସ୍ତ୍ରୀ ଏବଂ ଜଣେ ଶିଶୁକନ୍ୟା ଅଛନ୍ତି । ମୃତକଙ୍କୁ ଅଜୟ (୪୨), ନୀଲମ (୩୮) ଏବଂ ଜାବ୍ନବୀ (୧୦) ବୋଲି ଚିହ୍ନଟ କରାଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ମଜଲିସ୍ ପାର୍କ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଡିଏମଆରସି କ୍ୱାର୍ଟର୍ସରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚିଥିଲେ । ତୁରନ୍ତ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥଲା । କିନ୍ତୁ ଦୁର୍ଭାଗ୍ୟବଶତଃ କ୍ୱାର୍ଟରରେ ଉପସ୍ଥିତ ଥିବା ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା । ଅଗ୍ନିଶମ ବାହିନୀ ତିନି ଜଣଙ୍କ ମୃତଦେହକୁ ପୋଡିଯାଇଥିବା ଅବସ୍ଥାରେ ଉଦ୍ଧାର କରିଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking