25.1 C
Bhubaneswar
Monday, January 12, 2026
Homeଦେଶ ବିଦେଶନିକିତା ହତ୍ୟା ଘଟଣା: ତାମିଲନାଡୁରୁ ଅଭିଯୁକ୍ତ ଗିରଫ

ନିକିତା ହତ୍ୟା ଘଟଣା: ତାମିଲନାଡୁରୁ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ମହିଳା ନିକିତା ଗୋଡିଶାଙ୍କୁ ହତ୍ୟା ଘଟଣାରେ ପୋଲିସକୁ ବଡ ସଫଳତା। ତାମିଲନାଡୁରେ ଉଣ୍ଟରପୋଲ ପୋଲିସ ଆଜି ତାଙ୍କ ପୂର୍ବତନ ପ୍ରେମିକ ଅଭିଯୁକ୍ତ ଅର୍ଜୁନଙ୍କୁ ଗିରଫ କରିଛି। ନିକିତାଙ୍କୁ ହତ୍ୟା ପରେ ଭାରତ ଫେରିଆସିଥିଲା ଅର୍ଜୁନ। ଏହି ହତ୍ୟାକାଣ୍ଟ ସାମ୍ନାକୁ ଆସିବା ପରେ ଇଣ୍ଟରପୋଲ ଆମେରିକାର ପୋଲିସ ଏଜେନ୍ସିଗୁଡିକ ସହିତ ମିଶି ଅର୍ଜୁନ ଶର୍ମାଙ୍କୁ ଟ୍ରାକ୍ କରିବା ଆରମ୍ଭ କରିଥିଲା। ଇଣ୍ଟରପୋଲ ଅନ୍ୟ ଏଜେନ୍ସିଗୁଡିକ ସହିତ କାମ କରି ତାମିଲନାଡୁରେ ଅର୍ଜୁନଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଜାନୁଆରୀ ୨ ତାରିଖରେ ନିକିତାଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ ଅର୍ଜୁନ। ସେ ନିକିତାଙ୍କୁ ଶେଷ ଥର ପାଇଁ ଗତ ଡିସେମ୍ବର ୩୧ ତାରିଖରେ ଦେଖିଥିଲେ ଏବଂ ତାପରେ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଅର୍ଜୁନ ଆମେରିକା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ଦିନ ହିଁ ଭାରତ ପଳାଇ ଯାଇଥିଲେ।

ଅର୍ଜୁନଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ​​ଏବଂ ତାଙ୍କ ଆପାର୍ଟମେଣ୍ଟରେ ଚଢାଉ କରିଥିଲା। ଅର୍ଜୁନଙ୍କ ଆପାର୍ଟମେଣ୍ଟ ପହଞ୍ଚିବା ପରେ ସେମାନେ ନିକିତାଙ୍କ ମୃତଦେହ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ପାଇଥିଲେ। ତାଙ୍କ ଶରୀରରେ ଅନେକ ଛୁରୀରେ ଆକ୍ରମଣର କ୍ଷତ ଚିହ୍ନ ମଧ୍ୟ ଥିଲା। ପୋଲିସ ଏବେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ନିକିତା ପେଶାରେ ଜଣେ ତଥ୍ୟ ଏବଂ ରଣନୀତି ବିଶ୍ଳେଷକ ଥିଲେ ଏବଂ କିଛି ସମୟ ଧରି ଆମେରିକାରେ ରହୁଥିଲେ। ଭାରତୀୟ ଦୂତାବାସ କହିଛି ଯେ ସେ ପୀଡିତାଙ୍କ ପରିବାର ସହିତ ଯୋଗାଯୋଗରେ ଅଛନ୍ତି ଏବଂ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବ। ନିକିତା ମେରିଲ୍ୟାଣ୍ଡର ଏଲିକୋଟ ସିଟିରେ ରହୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking