19.1 C
Bhubaneswar
Tuesday, February 3, 2026
Homeଓଡିଶାଆଇଏଏସ ସ୍ତରରେ ଅଦଳବଦଳ

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟର ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ମିଳିଛି। ତେବେ ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିଶନର ଭାବେ ୧୯୯୩ ବ୍ୟାଚ୍‌ର ବରିଷ୍ଠ ପ୍ରଶାସକ ଦେବରଞ୍ଜନ କୁମାର ସିଂହଙ୍କୁ ସରକାର ଦାୟି୍‌ତ୍ୱ ଦେଇଛନ୍ତି। ସେହିପରି ବରିଷ୍ଠ ୧୯୯୧ ବ୍ୟାଚ୍ ବରିଷ୍ଠ ପ୍ରଶାସକ ସତ୍ୟବ୍ରତ ସାହୁଙ୍କୁ ବୋର୍ଡ ଅଫ୍ ରେଭେନ୍ୟୁ ସଦସ୍ୟ ଭାବେ ନିଯୁକ୍ତି କରାଯାଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ସଚିବ ଭାବେ କାର୍ଯ୍ୟକରୁଥିବା ୧୯୯୫ ବ୍ୟାଚର ଆଇଏଏସ୍ ଅଫିସର ହେମନ୍ତ ଶର୍ମାଙ୍କୁ ଗୃହ ସଚିବ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୨୦୦୫ ବ୍ୟାଚ୍‌ର ଆଇଏଏସ୍ ଅଫିସର ରାଜେଶ ପ୍ରଭାକର ପାଟିଲ୍‌ଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ଭାବେ ନିଯୁକ୍ତି ମିଳିଛି।୧୯୯୯ ବ୍ୟାଚ୍‌ର ଆଇଏଏସ୍ ଅଫିସର ଶୋଭା ଶର୍ମାଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିପରି ବରିଷ୍ଠ ଅଧିକାରୀ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟତ୍ୱ ଦିଆଯାଇଛି।ଅନ୍ୟପକ୍ଷରେ ରାଜ୍ୟ ସରକାର ଦୁଇ ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳ ପରିବର୍ତ୍ତନ କରିଛନ୍ତି। ୨୦୧୫ ବ୍ୟାଚ୍‌ର ଆଇଏଏସ୍ ଅଫିସର ମଧୁମିତା ରଥଙ୍କୁ ନୟାଗଡ଼ର ଜିଲ୍ଲାପାଳ ଏବଂ ଅକ୍ଷୟ ଶୁନିଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking