ନୂଆଦିଲ୍ଲୀ: ରାଜସ୍ଥାନର ଶିକର ଜିଲ୍ଲାର ଖଟୁ ଶ୍ୟାମ ମନ୍ଦିରରେ ଜାନୁଆରୀ ୫ ଯାଏଁ ଭିଆଇପି ଦର୍ଶନକୁ ସ୍ଥଗିତ ରଖାଯାଇଛି । ପ୍ରଶାସନ ପୋଲିସ ଏବଂ ଶ୍ୟାମ ମନ୍ଦିର କମିଟି ସୁଗମ ଏବଂ ନିରାପଦ ଦର୍ଶନକୁ ସୁନିଶ୍ଚିତ କରିବା ପାଇଁ ଭିଡ ପରିଚାଳନା , ସୁରକ୍ଷା ଏବଂ ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ସମସ୍ତ ଭକ୍ତଙ୍କୁ ଏବେ ସାଧାରଣ ଭକ୍ତଙ୍କ ପରି ନିର୍ଦ୍ଦିଷ୍ଟ ଧାଡିରେ ଠିଆ ହେବାକୁ ପଡିବ । ବାବା ଶ୍ୟାମଙ୍କ ଜନ୍ମସ୍ଥାନ ଖଟୁ ଧାମରେ ପାଞ୍ଚ ଦିନିଆ ନବବର୍ଷ ମେଳା ଆରମ୍ଭ ହୋଇଛି ଏବଂ ଜାନୁାରୀ ୨ ତାରିଖ ଯାଏଁ ଚାଲିବ । ଏନେଇ ଜାନୁଆରୀ ୫ ଯାଏଁ ଦର୍ଶନ ବନ୍ଦ ରହିଛି । ସମସ୍ତ ଭକ୍ତ ସମାନ ଦର୍ଶନ ପାଇବେ ।ଏହା କେବଳ ଭିଡ଼ ନିୟନ୍ତ୍ରଣକୁ ସହଜ କରିବ ନାହିଁ ବରଂ ଯେକୌଣସି ପ୍ରକାରର ଭେଦଭାବକୁ ମଧ୍ୟ ରୋକିବ। ସୁରକ୍ଷା ଏଜେନ୍ସିଗୁଡ଼ିକ ମନ୍ଦିର ପରିସର ଏବଂ ଆଖପାଖ ଅଞ୍ଚଳରେ ନିରନ୍ତର ନଜର ରଖୁଛନ୍ତି।










