ପଶ୍ଚିମବଙ୍ଗ: ବେଙ୍ଗଲ ନିର୍ବାଚନ ପୂର୍ବରୁ କୋଲକାତାରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ରଣହୁଁକାର । ଗୃହ ମନ୍ତ୍ରୀ ଶାହ କହିଛନ୍ତି ଯେ ୨୦୨୬ରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ । ୨୦୨୪ରେ ଓଡିଶା ଓ ଆନ୍ଧ୍ରରେ ପ୍ରଥମ କରି ସରକାର ଗଠନ କରିଛୁ । ଓଡିଶା, ଆନ୍ଧ୍ର ଜିତିଲୁ, ଏବେ ପଶ୍ଚିମବଙ୍ଗ ଟାର୍ଗେଟ । ୨୦୨୬ରେ ଦ୍ୱିତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ବେଙ୍ଗଲରେ ସରକାର ଗଠନ କରିବୁ । ଅନୁପ୍ରବେଶକାରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧୋଇଲେ । ମମତା ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ପଶ୍ଚିବଙ୍ଗରୁ ଦୁର୍ନିତ ହଟାଇବୁ । ବେଙ୍ଗଲ ଏକ ଗରିବ ରାଜ୍ୟ, ମାତ୍ର ମନ୍ତ୍ରୀଙ୍କ ଘରୁ ମିଳୁଛି ୨୭ କୋଟି । ମମତା ମନ୍ତ୍ରିମଣ୍ଡଳର କେଉଁ ସଦସ୍ୟ ଦୁର୍ନୀତି ପାଇଁ ଜେଲ୍ ଯାଇଛନ୍ତି ପଚାରିଛନ୍ତି । ଏହା ସହ ବେଙ୍ଗଲରେ ସହ ମହିଳା ସୁରକ୍ଷା ନେଇ କହିଛନ୍ତି ଯେ ବେଙ୍ଗଲରେ ମହିଳାମାନେ ଅସୁରକ୍ଷିତ, ରାତିରେ ଘରୁ ବାହାରିବା ବିପଦ । ଏଠାରେ କ’ଣ ମୋଗଲ ଶାସନ ଚାଲିଛି କି ବୋଲି ମମତା ସରକାରଙ୍କୁ ପଚାରିଛନ୍ତି ଶାହ । ସଂସଦରେ ବନ୍ଦେ ମାତରମ୍ ଚର୍ଚ୍ଚାକୁ କିପରି ଟିଏମ୍ସି ବିରୋଧ କଲା ପଚାରିବା ସହ କହିଛନ୍ତି ଯେ ମମତା ବାନାର୍ଜୀ ଏହାର ଜବାବ ଦେବାର ଆବଶ୍ୟକତା ରହିଛି ।
ସେ ଆହୁରି କହିଛନ୍ତି ଯେ ଦେଶର ଜିଡିପି ଯୋଗଦାନରେ ବେଙ୍ଗଲର ଅବଦାନ ୧୦.୫ । ମାତ୍ର ଆଜି ଯେଉଁ ଶିଳ୍ପ ସଂସ୍ଥା ବେଙ୍ଗଲ ଆସୁଛନ୍ତି, ଫେରି ଯାଉଛନ୍ତି । ଆୟୁଷ୍ମାନ ଭାରତ ଲାଗୁ ନ କରି ମମତା ଗରିବଙ୍କୁ ସୁବିଧାରୁ ବଞ୍ଚିତ କରିଛନ୍ତି । ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାକୁ ମାଟିରେ ମିଶାଇ ସାରିଛନ୍ତି ମମତା । ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ । ସରକାରୀ କାର୍ଯ୍ୟକ୍ରମକୁ ମୋଦି ଆସୁଥିଲା ବେଳେ ମମତା ଅନୁପସ୍ଥିତ ରହୁଛନ୍ତି । ଦେଶର ସବୁ ଶିଳ୍ପ ପ୍ରଥମ କରି ବେଙ୍ଗଲରେ ଆରମ୍ଭ ହୋଇଥିଲା । ମାତ୍ର ଏସବୁ ମମତାଙ୍କ ଶାସନରେ ନୁହେଁ, ପୂର୍ବରୁ ହୋଇଥିଲା । ମାତ୍ର ଆଜିକା ଦିନରେ ୭ ହଜାର ଶିଳ୍ପ ବେଙ୍ଗଲ ଛାଡି ପଳାଇଲେଣି । ଶିଳ୍ପ ସଂସ୍ଥାଗୁଡିକ ବେଙ୍ଗଲ ଛାଡୁଥିବାରୁ ରାଜ୍ୟ ଆର୍ଥିକ କ୍ଷତି ସହୁଛି । ବେଙ୍ଗଲର ଅସ୍ତିତ୍ୱ ପ୍ରତି ଆଜି ବିପଦ ସୃଷ୍ଟି ହୋଇଛି । କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ମମତା ସରକାରଙ୍କ ଏକମାତ୍ର ଲକ୍ଷ୍ୟ । ବିରୋଧ କରିବା ମମତାଙ୍କର ସ୍ୱଭାବ ପାଲଟିଛି । ମମତା ବିରୋଧ ପାଇଁ କୋଲକାତା ମୋଟ୍ରୋ ଆଗେଇ ପାରୁନି । ଅନ୍ୟ ଅଣବିଜେପି ଶାସିତ ରାଜ୍ୟରେ ମେଟ୍ରୋ ପାଇଁ ସମସ୍ୟା ନାହିଁ, ଏଠି କାହିଁକି ବୋଲି ମମତା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଗୃହ ମନ୍ତ୍ରୀ ଶାହ ଆଶ୍ୱାସନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବଙ୍ଗଳାରେ ବିଜେପି ସରକାର ଗଠନ ହେଲେ ବିକାଶର ଏକ ଲହରୀ ଆରମ୍ଭ ହେବ।










