16.1 C
Bhubaneswar
Tuesday, December 30, 2025
Homeଓଡିଶାଲମ୍ବା ଦୂରଗାମୀ ଗାଇଡେଡ୍ ରକେଟ ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କଲା ଡିଆରଡିଓ

ଲମ୍ବା ଦୂରଗାମୀ ଗାଇଡେଡ୍ ରକେଟ ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କଲା ଡିଆରଡିଓ

ଲମ୍ବା ଦୂରଗାମୀ ଗାଇଡେଡ୍ ରକେଟ (ଏଲଆରଜିଆର 120) ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ 29, ଡିସେମ୍ବର 2025ରେ ଓଡ଼ିଶା ଉପକୂଳ ଚାନ୍ଦିପୁରର ସମନ୍ୱିତ ପରୀକ୍ଷଣ ଘାଟୀରେ ସଫଳତାର ସହ ସମ୍ପାଦନ କରାଯାଇଛି। ରକେଟ୍କୁ ସର୍ବାଧିକ 120 କିଲୋମିଟର ପର୍ଯ୍ୟନ୍ତ ପରୀକ୍ଷଣ କରାଯାଇଥିଲା ଏବଂ ଏହା ଯୋଜନା ମୁତାବକ ସମ୍ପୂର୍ଣ୍ଣ ଦୂରତା ମଧ୍ୟରେ ପ୍ରତ୍ୟାଶିତ କୌଶଳ ପ୍ରଦର୍ଶନ କରିଥିଲା। ଏଲଆରଜିଆର ସଠିକତା ସହିତ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା। ସମସ୍ତ ନିୟୋଜିତ ରେଞ୍ଜ ଉପକରଣଗୁଡ଼ିକ ଫ୍ଲାଇଟର ଗତିପଥରେ ଏହାର ଉଡ଼ାଣକୁ ଟ୍ରାକ୍ କରିଥିଲେ। ଏହି ରକେଟ୍କୁ ଆର୍ମାମେଣ୍ଟ୍ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ୍ ଏଷ୍ଟାବ୍ଲିସମେଣ୍ଟ ଦ୍ୱାରା ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବୋରେଟୋରୀ ସହିତ ମିଶି ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରୟୋଗଶାଳା ଏବଂ ଗବେଷଣା କେନ୍ଦ୍ର ଇମାରତ ସହାୟତାରେ ଡିଜାଇନ୍ କରାଯାଇଛି। ଆଇଟିଆର ଏବଂ ପ୍ରୁଫ୍ ଆଣ୍ଡ ଏକ୍ସପେରିମେଣ୍ଟାଲ୍ ଏଷ୍ଟାବ୍ଲିସମେଣ୍ଟର ସମନ୍ୱୟରେ ଏହି ଫ୍ଲାଇଟ ଟେଷ୍ଟ କରାଯାଇଥିଲା। ଏଲଆରଜିଆରକୁ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ପିନାକା ଲଞ୍ଚର୍ ରୁ ଉତକ୍ଷେପଣ କରାଯାଇଥିଲା ଯାହା ଏହାର ବହୁମୁଖୀ ପ୍ରତିଭା ପ୍ରଦର୍ଶନ କରିଥିଲା। ଏହାଦ୍ୱାରା ଗୋଟିଏ ଲଞ୍ଚରରୁ ହିଁ ଭିନ୍ନ ଭିନ୍ନ ରେଞ୍ଜର ପିନାକ ଭେରିଏଣ୍ଟକୁ ଲଞ୍ଚ କରିବାର କ୍ଷମତା ମିଳିଥିଲା। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଡିଆରଡିଓକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଦୀର୍ଘ ଦୂରଗାମୀ ଗାଇଡେଡ୍ ରକେଟର ସଫଳ ଡିଜାଇନ୍ ଏବଂ ବିକାଶ ସଶସ୍ତ୍ର ବାହିନୀର କ୍ଷମତାକୁ ବୃଦ୍ଧି କରିବ। ସେ ଏହାକୁ ଏକ ଯୁଗାନ୍ତକାରୀ ଉପଲବ୍ଧି ରୂପେ ଅଭିହିତ କରିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ପରୀକ୍ଷଣ ଦେଖିଥିଲେ ଏବଂ ମିଶନ ଉଦ୍ଦେଶ୍ୟ ପୂରଣ ପାଇଁ ସମସ୍ତ ଦଳକୁ ଅଭିନନ୍ଦନ ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking