ଭୁବନେଶ୍ୱର: କାଲି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଦେଖିବାକୁ ବରଗଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାରାଜା କଂସଙ୍କ ନିମନ୍ତ୍ରଣରେ ଧନୁଯାତ୍ରା ଦେଖିବାକୁ ଯିବେ । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସୂଚନାଥାଉକି, ଧନୁଯାତ୍ରା ଡିସେମ୍ବର ୨୪, ୨୦୨୫ରେ ଉଦଘାଟନ ହୋଇଥିଲା । ଜାନୁଆରୀ ୩ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରା ୧୧ ଦିନ ଧରି ଚାଲିବ ।ମହାରାଜା କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ ଦୁଲୁକୁଛି ମଞ୍ଚ । ବରଗଡରେ ବହୁ ଦୂରରୁ ଆସି ଲୋକଙ୍କ ଭିଡ ଜମୁଛି । ସମସ୍ତଙ୍କ ମନ ଆନନ୍ଦ ଉଲ୍ଲାସରେ ଭରି ଉଠୁଛି ।










