16.1 C
Bhubaneswar
Saturday, December 27, 2025
Homeଦେଶ ବିଦେଶ୮୫ତମ ସ୍ଥାନକୁ ଖସିଲା ଭାରତୀୟ ପାସପୋର୍ଟ

୮୫ତମ ସ୍ଥାନକୁ ଖସିଲା ଭାରତୀୟ ପାସପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ପାସପୋର୍ଟ ପୁଣିଥରେ ନିଜ ସ୍ଥିତି ହରାଇଛି। ରିପୋର୍ଟ ଅନୁସାରେ ସଦ୍ୟ ପ୍ରକାଶିତ ପାସପୋର୍ଟ ର‌୍ୟାଙ୍କିଙ୍ଗ୍ (ହେନଲି ପାସପୋର୍ଟ ସୂଚକାଙ୍କ-୨୦୨୫)ରେ ଭାରତୀୟ ପାସପୋର୍ଟ ୮୫ତମ ସ୍ଥାନକୁ ଖସିଆସିଛି। ପୂର୍ବରୁ ଏହା ୮୦ତମ ସ୍ଥାନରେ ଥିବା ବେଳେ ଏଥର ୫ଟି ସ୍ଥାନ ତଳକୁ ଖସି ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମୋଟାମୋଟି ବେଶ୍ କିଛି ସମୟ ଧରି ବିଶ୍ୱସ୍ତରରେ ଭାରତୀୟ ପାସପୋର୍ଟର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଅନ୍ୟପକ୍ଷେ ପାସପୋର୍ଟର ଏପ୍ରକାର ସ୍ଥିତାବସ୍ଥା ଯୋଗୁ ଭାରତୀୟ ନାଗରିକମାନେ ଏବେ ବିଶ୍ୱର କେବଳ ୫୬ରୁ ୫୯ ରାଷ୍ଟ୍ରକୁ ଭିସା ବିନା ଯାତ୍ରା କରିବାର ସୁଯୋଗ ପାଇପାରିବେ। ତେବେ ଏହି ର‌୍ୟାଙ୍କିଂରେ ସିଙ୍ଗାପୁର କ୍ରମାଗତ ଭାବରେ ପ୍ରଥମ ସ୍ଥାନ ବଜାୟ ରଖିଛି। ସୁତରାଂ ସିଙ୍ଗାପୁର ନାଗରିକମାନେ ୧୯୩ ଦେଶକ ଯାତ୍ରା କରିପାରିବେ। ସବୁଠୁ ବଡ଼କଥା ହେଉଛି ପ୍ରକାଶିତ ସୂଚକାଙ୍କରେ ଆମେରିକୀୟ ପାସପୋର୍ଟ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳିଛି। ଏବେ ଆମେରିକୀୟ ପାସପୋର୍ଟ ୧୨ତମ ସ୍ଥାନରେ ପହଞ୍ଚିଛି। ଏହିକ୍ରମେ ପାସପୋର୍ଟ ର‌୍ୟାଙ୍କିଙ୍ଗ୍ ଅନୁସାରେ ଦକ୍ଷିଣ କୋରିଆ ନାଗରିକମାନେ ୧୯୦ ଦେଶକୁ, ଜାପାନୀ ନାଗରିକମାନେ ୧୮୯ ଦେଶକୁ ଏବଂ ଜର୍ମାନୀ, ଇଟାଲୀ, ସ୍ପେନ୍ ଏବଂ ସ୍ୱିଜରଲ୍ୟାଣ୍ଡର ନାଗରିକମାନେ ୧୮୭ ଦେଶକୁ ଭିସା ବିନା ଯାତ୍ରା କରିପାରିବେ। ପ୍ରକାଶ, ପାସପୋର୍ଟ ର‌୍ୟାଙ୍କିଂ ଅନେକ ପାରାମିଟର ଆଧାରରେ ଧାର୍ଯ୍ୟ କରାଯାଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking