23.1 C
Bhubaneswar
Saturday, February 14, 2026
Homeଓଡିଶାସୀତାକୁଣ୍ଡରେ ବୁଡ଼ି ଦୁଇଭାଇ ମୃତ

ସୀତାକୁଣ୍ଡରେ ବୁଡ଼ି ଦୁଇଭାଇ ମୃତ

ବାରିପଦା: ପିକନିକ୍ ଆସି ଝରଣାରେ ଗାଧୋଇବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି ଦୁଇ ଭାଇ। ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଶିମିଳିପାଳ ପାଦ ଦେଶରେ ଥିବା ସୀତାକୁଣ୍ଡ ଜଳପ୍ରପାତରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକ ଦୁଇ ଜଣ ହେଲେ ଭଦ୍ରକ ଜିଲ୍ଲା ଅନ୍ଧେଇପାଲ୍ଲି ଗ୍ରାମର ସତ୍ୟବ୍ରତ ନାୟକ(୨୩) ଓ ଅଭିଷେକ ନାୟକ (୧୭)। ସୂଚନା ମୁତାବକ ଶୁକ୍ରବାର ସକାଳେ ଅନ୍ଧେଇପାଲ୍ଲି ଅଞ୍ଚଳରୁ ୪ ଜଣ ସାଙ୍ଗ ସୀତାକୁଣ୍ଡକୁ ପିକନିକ ପାଇଁ ଆସିଥିଲେ। ତେବେ ପିକନିକ ସମୟରେ ସୀତାକୁଣ୍ଡ ଜଳପ୍ରପାତରେ ଗାଧୋଇବା ବେଳେ ପାଦ ଖସିଯିବା କାରଣରୁ ସତ୍ୟବ୍ରତ ଓ ଅଭିଷେକ ପାଣିରେ ବୁଡ଼ିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଟିମ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ମୃତଦେହକୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ଉଭୟଙ୍କ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ଆଣାଯାଇଛି। ବାରିପଦା ସଦର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ୍ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ସତ୍ୟବ୍ରତ ଏମ୍‌ସିଏ ପଢୁଥିବା ବେଳେ ଅଭିଷେକ ଯୁକ୍ତଦୁଇ ବିଜ୍ଞାନ ଛାତ୍ର ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking