22.1 C
Bhubaneswar
Sunday, February 15, 2026
Homeଓଡିଶା୩ ହାତୀ ଦାନ୍ତ ଜବତ, ୩ ଗିରଫ

୩ ହାତୀ ଦାନ୍ତ ଜବତ, ୩ ଗିରଫ

ନୀଳଗିରି : ହାତୀଦାନ୍ତ ବେପାର ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ବାଲେଶ୍ୱର ନୀଳଗିରି କୂଳଡିହା ଅଭୟାରଣ୍ୟରେ ମାଟି ତଳୁ ହାତୀର ଗଳିତ ଶବ ତସ୍କର ଖୋଳିବା ଘଟଣାରେ ଅଭିଯୁକ୍ତମାନେ ଜଣକ ପରେ ଜଣେ ଗିରଫ ହେଉଛନ୍ତି। ଶୁକ୍ରବାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ବନ ବିଭାଗ କରିବା ସହ ୩ଟି ଦାନ୍ତ ଜବତ କରିଛି। ଏହି ଘଟଣାକୁ ନେଇ ଏ ପର୍ଯ୍ୟନ୍ତ ୨୫ ଜଣ ଅଭିଯୁକ୍ତ ଗିରଫ ହୋଇସାରିଲେଣି। ଦୁଇ ସପ୍ତାହ ପୂର୍ବରୁ ଏଆଇ କ୍ୟାମେରା ସହାୟତରେ ୩ ଜଣ ଶିକାରୀ ଗିରଫ ହେବା ସହ ମୃତ ଝିଙ୍କ ଓ ଜଙ୍ଗଲୀ ମୂଷା ସହିତ ବନ୍ଧୁକ ଜବତ ହୋଇଥିଲ। ତାଙ୍କ ଫୋନ ରେକର୍ଡ ଯାଞ୍ଚ କରିବା ପରେ ଅଭୟାରଣ୍ୟ ଭିତରେ ହାତୀଦାନ୍ତ ବେପାର ଘଟଣା ବନବିଭାଗ ଜାଣିବାକୁ ପାଇଥିଲା। ଏପରିକି ମାଟି ତଳେ ପୋତାଯାଇଥିବା ହାତୀ ହାଡ଼ ଖୋଳି ଏହାକୁ ପଲିସ୍ କରି ହାତୀଦାନ୍ତ ତିଆରି କରିବା ଭଳି ଘଟଣା ତଦନ୍ତକାରୀ ଅଧିକାରୀ ଏସିଏଫ୍ ଶୋଭନ ଦିଗନ୍ତ ଚାନ୍ଦ ଜାଣିବା ପରେ ଏପର୍ଯ୍ୟନ୍ତ ୨୫ ଜଣ ଶିକାରୀ ଓ ବେପାରୀଙ୍କୁ ଗିରଫ କରିସାରିଲେଣି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking