ନୂଆଦିଲ୍ଲୀ: ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ହତ୍ୟା। ଏହି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତି ମୁସାଫିର ଥାନା ଅଞ୍ଚଳର ପିଣ୍ଡାରା ଠାକୁର ଗାଁରେ ଘଟିଛି ।ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ସୂଚନାଥାଉକି ଗତକାଲି ୬ ଜଣ ଯୁବକ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଜଣେ ଯୁବକଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ଗୁରୁତର ଯୁବକ ଆହତ ହୋଇଛନ୍ତି। ତାଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ ପୋଲିସ ମୃତକଙ୍କ ପରିବାର ଲୋକଙ୍କ ଘରେ ପହଞ୍ଚି ପଚରା ଉଚରା କରିଥିଲେ। କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ୬ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଖୋଜିବା ପାଇଁ ତଦନ୍ତ ଜାରି ରଖିଛି । ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ହୋଇଥାଇ ପାରେ ବୋଲି କୁହାଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଦୁଇଟି ଦଳ ଗଠନ କରିଛି ।










