ଭୁବନେଶ୍ୱର: ମହାନଦୀ ଜଳ ବିବାଦରେ ଟ୍ରିିବ୍ୟୁନାଲଙ୍କ ବଡ ନିର୍ଦ୍ଦେଶ । ଛତିଶଗଡ ମଧ୍ୟ ଆନ୍ତଃମନ୍ତ୍ରିସ୍ତରୀୟ କମିଟି କରୁ କହିଲେ ଟ୍ରିବ୍ୟୁନାଲ । ଏଜି ପୀତାମ୍ବର ଆଚାର୍ଯ ଓଡିଶାର ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ସମ୍ପର୍କରେ ଜଣାଇଛନ୍ତି । ତେଣୁ ଛତିଶଗଡ ମଧ୍ୟ ଏପରି କମିଟି କରୁ ବୋଲି ଟ୍ରିବ୍ୟୁନାଲଙ୍କ ପରାମର୍ଶ । ୨୦୨୬ ଏପ୍ରିଲରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ସରୁଥିବାରୁ ବୃ୍ଦ୍ଧି ପାଇଁ ସହମତି । ଏନେଇ ଲିଖିତ ଭାବେ ଓଡିଶା ଓ ଛତିଶଗଡ ସରକାରଙ୍କୁ ଜଣାଇବାକୁ ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ମିଳିତ ଭାବେ ଜଣାଇବେ । ଆସନ୍ତା ଫେବୃଆରୀ ୭ ତାରିଖରେ ପରବର୍ତ୍ତା ଶୁଣାଣି ନେଇ ଦିନ ଧାର୍ଯ୍ୟ କରିଛନ୍ତି ଟ୍ରିବ୍ୟୁନାଲ ।










