18.1 C
Bhubaneswar
Saturday, December 20, 2025
Homeଓଡିଶାଦେବଗଡ଼ ଜିଲ୍ଲାରେ ଧାନ କିଣା ଶୁଭାରମ୍ଭ

ଦେବଗଡ଼ ଜିଲ୍ଲାରେ ଧାନ କିଣା ଶୁଭାରମ୍ଭ

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି । ଦେବଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଜିଲ୍ଲାର ରିଆମାଳ ବ୍ଲକରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାର ୫୧ଟି ମଣ୍ଡିରେ ୨୧ ହଜାର ୪୧୪ ଜଣ ଚାଷୀଙ୍କ ଠାରୁ ଧାନ କିଣା ଯିବ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ଦେବଗଡ଼ ଜିଲ୍ଲାରେ ଗତ ବର୍ଷ ୪୯ଟି ମଣ୍ଡି ଖୋଲାଯାଇଥିବା ବେଳେ ଚଳିତ ବର୍ଷ ୫୧ଟି ମଣ୍ଡି ଖୋଲାଯାଇଛି । ସେହିଭଳି ଗତବର୍ଷ ୧୯, ୬୬୨ ଚାଷୀ ପଞ୍ଜିକରଣ କରିଥିବା ବେଳେ ଚଳିତ ବର୍ଷ ୨୧, ୪୧୪ ଚାଷୀ ପଞ୍ଜିକରଣ କରିଛନ୍ତି ଜିଲ୍ଲାରେ ଚାଷୀ ପଞ୍ଜିକରଣ କରିଛନ୍ତି । ଚଳିତ ଖରିଫ ଋତୁରେ ଧାନ କିଣା ପାଇଁ ୬୨,୭୪୭ ଏକର ଜମି ପଞ୍ଜିକୃତ ହୋଇଛି ଯାହା ଗତବର୍ଷ ୫୮, ୨୪୯ ଏକର ଥିଲା । ଧାନ କିଣା ପୂର୍ବରୁ ପଞ୍ଜିକୃତ ଚାଷ ଜମି ଗୁଡିକର ସାଟେଲାଇଟ ସର୍ଭେ ଶେଷ ହୋଇଛି ।

ଜିଲ୍ଲାରେ ୫୧ ଜଣ ମଣ୍ଡି ନୋଡାଲ ଅଧିକାରୀ ଏବଂ ୧୩ ଜଣ ମଣ୍ଡି ସୁପରଭାଇଜିଂ ଅଧିକାରୀ ନିୟୋଜିତ ରହି ପ୍ରକ୍ରିୟା ଉପରେ ତୀକ୍ଷଣ ନଜର ରଖିଛନ୍ତି। ଏଥିସହ ସମସ୍ତ ମଣ୍ଡି ଗୁଡିକରେ ଚାଷୀ ମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ସହ ସିସିଟିଭି ଲଗାଯାଇଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି । ସୂଚନାଯୋଗ୍ୟ,ଏହିସବୁ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୭ ହଜାର ୨୫୦ ଜଣ ଚାଷୀଙ୍କ ଠାରୁ ତିନି ଲକ୍ଷ ୫ ହଜାର ୫୦ ମେଟ୍ରିକ ଟନ ଧାନ କିଣା ଯାଇଛି। ଏଥିସହ ସମ୍ପୃକ୍ତ ଚାଷୀ ମାନଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ବାବଦକୁ ୪୪୭ କୋଟି ୨୨ ଲକ୍ଷ ଓ ଇନପୁଟ ସହାୟତା ଭାବେ ୧୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି।

ପ୍ରଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାରେ ଧାନ କିଣା ଆରମ୍ଭ କରାଯିବ । ଏଥିପାଇଁ ଜିଲ୍ଲା ଗୁଡିକରେ ସମସ୍ତ ପ୍ରସ୍ତୁତି ଯାରି ରହିଛି । ଏତଦବ୍ୟତୀତ ପଞ୍ଜିକୃତ ଚାଷୀ ମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି । ମଣ୍ଡି ଗୁଡିକରେ ସର୍ବନିମ୍ନ ସୁବିଧା ପ୍ରଦାନ କରାଯିବା ସହ ଚାଷୀ ମାନଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟତା ରାଶି ପ୍ରଦାନ କରାଯାଉଛି । ଚାଷୀ ମାନଙ୍କୁ ଆଧାର ସଂଯୁକ୍ତ ଇ-କେୱାଇସି ଦେୟ ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking