କୋରାପୁଟ: କୋରାପୁଟ କୋଟିଆରେ ଆନ୍ଧ୍ର ପ୍ରଦେଶକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡା ତାଗିଦ କରିଛନ୍ତି । କହିଛନ୍ତି, ମାଉସୀ ହୋଇ ମା ହେବାକୁ ପଡୋଷୀ ଚେଷ୍ଟା ନକରୁ । ମାଉସୀ କେବେ ମା ହୋଇପାରିବ ନାହିଁ । ଓଡିଶା ଏକ କୋଟିଆ ଏକ । କୋଟିଆରେ ମନ୍ତ୍ରୀ ପହଞ୍ଚି ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛନ୍ତି । ସୁରେଶ ପୂଜାରୀଙ୍କ ସହ କୋଟପାଡ ଓ ପଟ୍ଟାଙ୍ଗୀ ବିଧାୟକ ମଧ୍ୟ ଉପସ୍ଥିତ ଅଛନ୍ତି ।










