ବାଲେଶ୍ବର: ବାଲେଶ୍ବର ରେମୁଣା ବ୍ଲକ ଶ୍ରୀଜଙ୍ଗ ରସାଳପୁର ରାସ୍ତା ପାଖ ଅଳିଗଦାରେ ଔଷଦ ଫିଙ୍ଗିବା ଘଟଣା । ୨ ମହିଳା ସ୍ୱାସ୍ଥ୍ୟକର୍ମୀ ଏଏନ୍ଏମ୍ ନିଲମ୍ବିତ । ଘଟଣାକୁ ଗୁରତର ଭାବେ ନେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସ୍ବାସ୍ଥ୍ୟ ବିଭାଗ । ଔଷଧ ଫିଙ୍ଗା ଘଟଣାରେ ସମ୍ପୃକ୍ତ ଥିବା ଦର୍ଶାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଭୟ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।
କିଛି ଦିନ ତଳେ ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର କିଛି କିମି ଦୂରରେ ଶ୍ରୀଜଙ୍ଗ-ରସାଳପୁର ରାସ୍ତାର କଣ୍ଟିଆଚିରା ନାଳ ତୁଣ୍ଡରା ରାସ୍ତା କଡ଼ରେ ଅଳିଆ ଗଦାରେ ସରକାରଙ୍କ ନିରାମୟ ଯୋଜନାରେ ରୋଗୀଙ୍କ ପାଇ ଉଦ୍ଦୀଷ୍ଟ ଥିବା ତଥା ଏକ୍ସପାୟରୀ ହୋଇନଥିବା ଆଇରନ ଓ ଫଲିକ ଏସିଡ ସିରପ ଶହଶହ ବଟିକା ଷ୍ଟ୍ରିପ୍ ପଡିଥିବାର ଦେଖିବାକୁ ମିଳିଥିଲା । ଯେଉଁ ଔଷଧର ବେଚ ନମ୍ବର ସିଏଚଏସ-୫୦୦୬୫, ଔଷଧର ପ୍ରସ୍ତୁତି ତାରିଖ ଏପ୍ରିଲ ୨୦୨୫ ଲେଖାଥିବା ବେଳେ ଏକ୍ସପାୟାରୀ ତାରିଖ ସେପ୍ଟେମ୍ବର ୨୦୨୬ ଲେଖା ଯାଇଅଥିଲା । ରୋଗୀ ମେଡିକାଲରେ ମାଗଣା ଔଷଧ ପାଇଁ ଘଣ୍ଟାଘଣ୍ଟା ଧାଡିରେ ଛିଡା ହୋଇ ପରେ ଔଷଧ ଉପଲବ୍ଧ ନାହିଁ କହି ଫେରାଇ ଦିଆଯାଉଥିବା ବେଳେ ରୋଗୀ ଔଷଧ ଦୋକାନରୁ ହଜାର ହଜାର ଟଙ୍କାର ଔଷଧ କିଣି ଖର୍ଚ୍ଚାନ୍ତ ହେଉଛନ୍ତି ।










