23.1 C
Bhubaneswar
Tuesday, February 3, 2026
Homeଓଡିଶାଓଡ଼ିଶା ସଚିବାଳୟର ଚତୁର୍ଥ ବ୍ୟାଚ୍‌ ସହାୟକ ଉପବିଭାଗ ଅଧିକାରୀମାନଙ୍କ ପ୍ରଶିକ୍ଷଣ ଶେଷ

ଓଡ଼ିଶା ସଚିବାଳୟର ଚତୁର୍ଥ ବ୍ୟାଚ୍‌ ସହାୟକ ଉପବିଭାଗ ଅଧିକାରୀମାନଙ୍କ ପ୍ରଶିକ୍ଷଣ ଶେଷ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟର ଚତୁର୍ଥ ବ୍ୟାଚ୍‌ ସହାୟକ ଉପବିଭାଗ ଅଧିକାରୀ (ଇଣ୍ଡକସନ୍‌ ଟ୍ରେନି)ମାନଙ୍କ ସମ୍ବର୍ଦ୍ଧନା ସଭା ଅଶୋକ ନଗରସ୍ଥିତ ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନର ନୂତନ ଗୃହରେ ଅନୁଷ୍ଠିତ ହୋଇଯାଇଛି ।ସ୍ୱରାଷ୍ଟ୍ର ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ପ୍ରଶାସନର ପ୍ରାଣକେନ୍ଦ୍ର ସଚିବାଳୟରେ ଅବସ୍ଥାପିତ ଓଡ଼ିଶା ସଚିବାଳୟ ସେବା ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ସରକାରୀ କାର୍ଯ୍ୟରେ ଦକ୍ଷତା, ସ୍ୱଚ୍ଛତା, ସମୟାନୁବର୍ତ୍ତିତା, ପାରଦର୍ଶିତା ଓ ସଦାଚାରିତା ଅବଲମ୍ବନ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷଣ ଅବଧି ମଧ୍ୟରେ ବିଭିନ୍ନ ଜିଲ୍ଲା, ବ୍ଲକ୍‌, ପୋଲିସ ଷ୍ଟେସନ୍‌, ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଆଦି ଗସ୍ତ କରି ସେଠାକାର ସରକାରୀ କାର୍ଯ୍ୟଶୈଳୀ ତଥା ସରକାରୀ ଯୋଜନାଗୁଡ଼ିକର ପରିଚାଳନା ସମ୍ପର୍କୀୟ ଜ୍ଞାନ ଆହରଣ କରିବା ପାଇଁ ସେ ଉପଦେଶ ଦେଇଥିଲେ ।

ଓଡ଼ିଶା ପୋଲିସ ଗୃହନିର୍ମାଣ ଓ କଲ୍ୟାଣ ନିଗମର ମୁଖ୍ୟ ପରିଚାଳନା ଅଧ୍ୟକ୍ଷ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଯୁଗ ଉପଯୋଗୀ ପ୍ରଶିକ୍ଷଣ ଅନୁଷ୍ଠାନକୁ ନିର୍ମାଣ କରିବାର ଦାୟିତ୍ୱ ଓଡ଼ିଶା ପୋଲିସ ଗୃହନିର୍ମାଣ ଓ କଲ୍ୟାଣ ନିଗମକୁ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଅନୁଷ୍ଠାନର ନିର୍ମାଣ କାର୍ଯ୍ୟ ମାତ୍ର ତିନି ବର୍ଷ ମଧ୍ୟରେ ସମାପ୍ତ କରିଥିବାରୁ ନିଗମର ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପ୍ରଣତୀ ଛୋଟରାୟ ସରକାରୀ କାର୍ଯ୍ୟ ଦକ୍ଷତାର ସହ ଓ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ନବନିଯୁକ୍ତ ସହାୟକ ଉପବିଭାଗ ଅଧିକାରୀମାନଙ୍କୁ ପ୍ରସ୍ତୁତ କରିବାରେ ପ୍ରଶିକ୍ଷଣ ଅନୁଷ୍ଠାନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ।ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଷଡ଼ଙ୍ଗୀ ଅତିଥି ଓ ନୂତନ ଭାବେ ଯୋଗଦେଇଥିବା ଅଧିକାରୀମାନଙ୍କୁ ସ୍ୱାଗତ କରିବା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ପ୍ରଶିକ୍ଷଣ ଲାଭ କରିଥିବା ସହାୟକ ଉପବିଭାଗ ଅଧିକାରୀମାନେ ସେମାନଙ୍କର ପ୍ରଶିକ୍ଷଣରୁ ଲାଭ କରିଥିବା ଅଭିଜ୍ଞତା ଏବଂ ପ୍ରଶିକ୍ଷଣ ଅନ୍ତର୍ଗତ କ୍ଷେତ୍ର ପରିଭ୍ରମଣର ସୁନ୍ଦର ଅନୁଭୂତି ବର୍ଣ୍ଣନା କରିଥିଲେ । ଇଣ୍ଡକସନ୍‌ ଟ୍ରେନିଂକୁ ସଫଳ ଭାବେ ସଂପୂର୍ଣ୍ଣ କରିଥିବା ଚତୁର୍ଥ ବ୍ୟାଚ୍‌ର ସମସ୍ତ ଶିକ୍ଷାନବିଶ ଉପବିଭାଗ ଅଧିକାରୀଙ୍କୁ ପ୍ରମାଣପତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସଚିବାଳୟର ପଞ୍ଚମ ବ୍ୟାଚ୍‌ର ସହାୟକ ଉପବିଭାଗ ଅଧିକାରୀମାନଙ୍କ ଇଣ୍ଡକସନ୍‌ ଟ୍ରେନିଂ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେବ ।ଏହି ଅବସରରେ ସ୍ୱରାଷ୍ଟ୍ର ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking