22.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶସଂସଦ ବାହାରେ କଂଗ୍ରେସର ହଙ୍ଗାମା

ସଂସଦ ବାହାରେ କଂଗ୍ରେସର ହଙ୍ଗାମା

ନୂଆଦିଲ୍ଲୀ: ଭିବି- ଜି- ରାମ ଜୀ ବିଲକୁ କଂଗ୍ରେସ ପ୍ରବଳ ବିରୋଧ କରିଛି । ଏନେଇ ସଂସଦ ବାହାରେ ହଙ୍ଗାମା କରିଛି କଂଗ୍ରେସ । ଏଥିସହିତ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରି କଂଗ୍ରେସ ସାଂସଦ ମାନେ  ଧାରଣା ଦେଇ ବସିଛନ୍ତି । ସୂଚନା ଥାଉକି, ଯେତେବେଳେ ଶିବରାଜ ସିଂ ଚୌହାନ ସଂଦରେ ଭିବି- ଜି-ରାମ ଜୀ ବିଲ ଉପସ୍ଥାପନା କରିଥିଲେ  କଂଗ୍ରେସ ସଦସ୍ୟ ଏହାକୁ ଘୋର ବିରୋଧ କରି ନାରାବାଜି ସୃଷ୍ଟି କରିଥିଲେ। ଅନ୍ୟପଟେ ଭିବି- ଜି- ରାମ ଜୀ ବିଲକୁ ନେଇ ଶାସକଦଳକୁ କଡା ନିଶାନା କରିଥିଲେ ସାଂସଦ ପ୍ରିୟଙ୍କା ଗାନ୍ଧୀ । କହିଥିଲେ ,ବୈପ୍ଳବିକ ପଦକ୍ଷେପ ଥିଲା, ଶହେ ଦିନର ନିଶ୍ଚିତ ରୋଜଗାର ମିଳୁଥିଲା । ବିକଶିତ ଭାରତ- ଜି ରାମ ଜି ବାର୍ଷିକ ଭିତରେ ବଣ୍ଟନ ନିର୍ଦ୍ଧାରଣ ଗ୍ରହଣୀୟ ନୁହେଁ । ବିଲରେ କେବଳ ୬୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବା ରାଜ୍ୟ ଚାପ ବଢାଇବ । ବିଲ ପ୍ରତ୍ୟାହାର କରାଯାଉ । ସ୍ପେଶାଲ କମିଟିକୁ ପଠାଯାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking