ନୂଆଦିଲ୍ଲୀ: ପଞ୍ଜାବରେ ଶୀତର ଲହରି ଜାରି ରହିଥିବା ବେଳେ ରାଜ୍ୟ ସରକାର ପିଲାମାନଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଶିକ୍ଷା ବିଭାଗ ସମସ୍ତ ସ୍କୁଲ ପାଇଁ ଶୀତକାଳୀନ ଛୁଟି ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛି । ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ, ସ୍ୱୀକୃତିପ୍ରାପ୍ତ ଏବଂ ବେସରକାରୀ ସ୍କୁଲଗୁଡିକ ଡିସେମ୍ବର ୨୪ରୁ ଡିସେମ୍ବର ୩୧ ଯାଏଁ ରହିବ । ଗତ କିଛି ଦିନ ଧରି ପଞ୍ଜାବରେ ଥଣ୍ଡା ଲଗାତାର ବୃଦ୍ଧି ପାଉଛି । ଏପରି ପରିସ୍ଥିତିରେ ଛୋଟ ପିଲା ପାଇଁ ସ୍କୁଲ ଯିବା କଷ୍ଟ ହୋଇ ପଡୁଛି । ପିଲାମାନଙ୍କ ମଧ୍ୟରେ ଥଣ୍ଡା କାଶ ସମସ୍ୟା ଦେଖାଦେଉଛି । ଏହି କାରଣଗୁଡିକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ଛୁଟି ପରେ ସ୍କୁଲ ସ୍ୱାଭାବିକ ଭାବେ ଖୋଲିବ । ପାଠପଢା ଆରମ୍ଭ କରାଯିବ ।










