28.1 C
Bhubaneswar
Monday, December 15, 2025
Homeଓଡିଶାନିଜେ ନିଷ୍ପତ୍ତି ନେବେ ସୋଫିଆ: ମୋକିମ

ନିଜେ ନିଷ୍ପତ୍ତି ନେବେ ସୋଫିଆ: ମୋକିମ

ଭୁବନେଶ୍ୱର: ସୋଫିଆଙ୍କୁ ନେଇ ମଧ୍ୟ ମୁହଁ ଖୋଲିଲେ ମହମ୍ମଦ ମୋକିମ ।କହିଲେ ସୋଫିଆ ବିଧାୟିକା ଅଛନ୍ତି, ତାଙ୍କର ଏହା ସହ କୌଣସି ସଂପର୍କ ନାହିଁ । ନିଜ ନିଷ୍ପତ୍ତି ନିଜେ ସୋଫିଆ ନେବେ, ନିଜ କାର୍ଯ୍ୟ ନିଜେ ସ୍ଥିର କରିବେ । କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ । ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ଏହାରି ଭିତରେ ମୋକିମ ପ୍ରତିକ୍ରିୟା ରଖି କହିଛନ୍ତି, ରାଜନୀତି ଜାରି ରଖିବି । ମୁଁ ୨୪ ଘଣ୍ଟା ସମାଜ ପାଇଁ କାମ କରିବି, ରାଜନୀତି ଗୋଟିଏ ପ୍ଲାଟଫର୍ମ । ଆଗକୁ ରାଜନୀତି ଜାରି ରହିବ । ଏଥିରେ ବିରାମ ନାହିଁ । ସମର୍ଥକ, ଶୁଭେଛୁଙ୍କ ସହ ଆଲୋଚନା ପରେ ରବର୍ତ୍ତୀ ପଦକ୍ଷେପ ନେବି । ଶେଷ ନିଶ୍ୱାସ ଯାଏଁ କଟକ ଓ ଓଡିଶାବାସୀଙ୍କ ପାଇଁ କାମ କରିବି । ଅନ୍ୟପଟେ ଚିଠିକୁ ନେଇ ମୋକିମ କହିଛନ୍ତି ଯାହା କହିଛି ସେଥିରେ କୌଣସି ଅନୁଶୋଚନା ନାହିଁ । ଯାହା ଦଳର ସତ ତାହା ମୁଖ୍ୟଙ୍କୁ ଅବଗତ କରିଥିଲି । ଆଇନା ଦେଖାଇଥିଲି, ଭାବିଥିଲି କଂଗ୍ରେସ ସୁଧାର ଆଣିବ । କିନ୍ତୁ ଦଳ ମୋ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି, ଏହାକୁ ଗ୍ରହଣ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking